BREAKING
Loading...
:

ରଘୁନାଥ ଜୀଉ ମନ୍ଦିରରେ ଗୀତା ଜୟନ୍ତୀ ଅନୁଷ୍ଠିତ

 ରଘୁନାଥ ଜୀଉ ମନ୍ଦିରରେ ଗୀତା ଜୟନ୍ତୀ ଅନୁଷ୍ଠିତ 

 


ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନଙ୍ଗ ତ୍ରୟୋଦଶୀ ତିଥିରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ସାନୁଜ ରାମ ମିଶ୍ର, ଆଚାର୍ଯ୍ୟ ବିଶେଶ୍ୱର ମିଶ୍ରଙ୍କ ସମେତ ଗଣିଆ ଶାସନ ସାହିର ଯୁବ ବ୍ରାହ୍ମଣମାନେ ଏକାଠି ହୋଇ ଏହି ଜୟନ୍ତୀ ପାଳନ କରିଛନ୍ତି । ସକାଳେ ସୂର୍ଯ୍ୟପୂଜା,ମଣ୍ଡପ ପୂଜା,ଅଗ୍ନି ସ୍ଥାପନ,ଗୀତା ପାଠ କରାଯାଇଥିଲା । 

ଗଣିଆ ଶାସନ ସାହି ତରଫରୁ ଦୀର୍ଘ ୫୦ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଅଛି । ଏହି କାର୍ଯ୍ୟକ୍ରମରେ ଗଣିଆ ରାମଦୟା ପରିଷଦ ଶାଖା ନମ୍ବର ୨୭ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS