ବେଆଇନ ମଦ ଜବତ
ଭୁବନେଶ୍ଵର)ମଣିଭଦ୍ରା ଖବର) ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ମଦ ପ୍ରସ୍ତୁତି ଉପରେ ରୋକ୍ ଲଗାଇବା ଲାଗି ଅଣ୍ଟା ଭିଡିଛି ଗଞ୍ଜାମ ପୋଲିସ୍। ଗଞ୍ଜାମ ଏସ୍ ପି ସୁଭେନ୍ଦୁ ପାତ୍ର ଙ୍କ ନେତୃତ୍ବ ରେ ପୋଲିସ ର ଏକ ସ୍ଵତନ୍ତ୍ର ଟିମ୍ ପୁର୍ବ ପ୍ରସ୍ତୁତି ମୁତାବକ ଖଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲି ଠାରେ ହଟାତ ଛାପା ମାରିଛି ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ମଦ କୁ ନଷ୍ଟ କରାଯାଇଥିବା ସୁଚନା ମିଳିଛି। ବର୍ତ୍ତମାନ ସୁଧା ଉକ୍ତ ଗ୍ରାମରେ ରେଡ୍ ଚାଲିଥିବା ବେଳେ ଗଞ୍ଜାମ ପୋଲିସ ର ଏହା ଏକ ବଡ ସଫଳତା ବୋଲି କୁହାଯାଇପାରେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment