ଗଣିଆରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ଗଣିଆ (ମଣିଭଦ୍ରା ଖବର) ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଗଣିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷା ନୟାଗଡ଼ ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ଗଣିଆ ଶିକ୍ଷା କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ଗଣିଆ ବଜାର,ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଶିକ୍ଷକ ଭବନ ପରିସରରେ ଆୟୋଜିତ ସଭାରେ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ନିରୁପମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଭିନ୍ନକ୍ଷମ ମାନଙ୍କୁ ହତାଦର ନକରି ସହଯୋଗ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଆମେ ଅକ୍ଷମ ନୋହୁଁ ସକ୍ଷମ ବୋଲି ନାରା ଦେଇଥିଲେ ଉପସ୍ଥିତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ । ଏହି କାର୍ଯ୍ୟକ୍ରମକୁ ସମ୍ବଳ ଶିକ୍ଷୟିତ୍ରୀ ଅନାମିକା ମିଶ୍ର, ସ୍ବେଛାସେବୀ ମିନତି ବାଳା ସାହୁ, ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment