BREAKING
Loading...
:

ଭଞ୍ଜନଗର ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଧାରଣା ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟୟ ଆଶଙ୍କା

 ଭଞ୍ଜନଗର ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଧାରଣା  ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟୟ ଆଶଙ୍କା ।

ଭଞ୍ଜନଗର (ମଣିଭଦ୍ରା ଖବର) 

ସରକାର ରୋଗ ଓ ରୋଗୀ ର ଉନ୍ନତି,ସ୍ଵାସ୍ଥ୍ୟ

 ବ୍ୟବସ୍ଥା ର ଉନ୍ନତି କରଣ ନା ରେ ଅନେକ ଯୋଜନା କରିଛନ୍ତି ତନ୍ମଧ୍ୟରୁ ରୋଗୀ ମାନଙ୍କୁ ଠିକ ରେ ନେବା ଆଣିବା ପାଇଁ ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ ଓ ଏହି ସେଵାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଠିକା ସଂସ୍ଥା କୁ ଦାଇତ୍ୱ ଦେଇଥିଲେ।କିନ୍ତୁ ବର୍ତ୍ତମାନ ଏହି ଠିକା ସଂସ୍ଥା ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଇରାଣ ହେଉଛନ୍ତି।ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ର ୧୦୦କର୍ମଚାରୀଙ୍କୁ ଛଟେଇ କରିଛନ୍ତି।ତେଣୁ ଏହାକୁ ବିରୋଧ କରି ଆଜି ସମଗ୍ର ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।ସୂଚନା ଅନୁସାରେ ଭଞ୍ଜନଗର ବ୍ଲକ ରେ ସର୍ବ ମୋଟ ଚାରି ଗୋଟି ଆମ୍ବୁଲାନ୍ସ ଥିବା ବେଳେ ସମଗ୍ର ଓଡ଼ିଶାରେ ୧୩୦୦ ଆମ୍ବୁଲାନ୍ସ ଓ ୬୦୦୦ କର୍ମଚାରୀ ନିଯୁକ୍ତ ଅଛନ୍ତି।ଆଜି ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ମୂଖ୍ୟ ଦାବି ଗୁଡିକ ହେଲା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି,ଦରମା ଓ ବୋନସ  ଠିକ ରେ ଦେବା, ସେମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ବାର ଘଣ୍ଟ ଘଣ୍ଟା ଜାଗାରେ ଆଠ ଘଣ୍ଟା ଆଦି ଦାବି  ରହିଥିଲା।ଆଜି ର ଏହି ଧର୍ମଘଟ ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିବା ଆଶଙ୍କା ଥିବା ବେଳେ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିଥିବାରୁ ଏହାର ବିକଳ୍ପ ଭାବେ  ଭଞ୍ଜନଗର ଡାକ୍ତରଖାନା ରୁ ଅନ୍ୟ ଆମ୍ବୁଲାନ୍ସ ଵ୍ୟବସ୍ଥା କରାଯାଇଛି।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS