ପରିଚୟ ଖୋଜୁଛି ଛେନାପୋଡ଼
ଦଶପଲ୍ଲା,୨୯/୧୨(ପ୍ରଫୁଲ୍ଲ ଦାଶ)
ପରିଚୟ ଖୋଜୁଛି ସୁଆଦିଆ ମିଠା " ଛେନାପୋଡ଼ "। ଅମର ପୁରୀରୁ ଚିତ୍କାର କରୁଛି ସ୍ବର୍ଗତ ବିଦ୍ୟାଧର ସାହୁଙ୍କ ଆତ୍ମା।ପ୍ରାକ୍ ସ୍ବାଧୀନତା କାଳରେ ଦଶପଲ୍ଲା ରାଜା ସାହେବଙ୍କ ଗୁଡିଆ ଥିଲେ ବିଦ୍ୟାଧର। ସାତପାଟଣା ଗାଁ ରେ ତାଙ୍କର ଥାଏ ଜଳଖିଆ ଦୋକାନ। ୧୯୩୯ ମସିହାର କୈ।ଣସି ଏକ ଦିନରେ ତାଙ୍କ ଦୋକାନରେ ବିକ୍ରୀ ନ ହୋଇ ବଳି ଯାଇଥିବା ଛେନାକୁ ତାଙ୍କ ସ୍ତ୍ରୀ ଟିକେ ଚିନି ଗୋଳେଇ ପଲମରେ ଚୁଲିରେ ବସାଇ କରିଥିବା ପିଠା ଆଜି ସୁସ୍ବାଦୁ ଛେନାପୋଡ଼। କ୍ରମେ ଲୋକଙ୍କୁ ଭଲ ଲାଗିବାରୁ ଅଧିକ ତିଆରି କରି ଅଧିକ ରୋଜଗାର ପାଇଁ ପୁଅ ହାତରେ ନୟାଗଡ଼ ପଠାଉଥିଲେ ବିକ୍ରୀ ପାଇଁ। ଗାଡି ମଟରରେ ଯାଉଥିବା ଲୋକେ ନୟାଗଡ଼ରୁ କିଣି ନଉ ଥିବାରୁ ଲୋକ ମୁଖରେ ପ୍ରଚାର ହେଲା ନୟାଗଡ଼ ଛେନାପୋଡ଼, ଆଉ ହଜିଗଲା ତାର ସ୍ରଷ୍ଟା ଙ୍କ ନାଁ ,ତାର ଏନ୍ତୁଡ଼ିଶାଳ, ଯୋଉଠି ତା ମାଆ ତାକୁ ତା ନାଁ ଦେଇଥିଲା, ପରିଚୟ ଦେଇଥିଲା ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଧର ସାହୁଙ୍କ ନାତି ଅଣନାତି ସରୋଜ ସାହୁ, ରାକେଶ ସାହୁ ତା ଭିତରେ ଖୋଜୁଛନ୍ତି ନିଜ ଜେଜେବାପା ଙ୍କ ପରିଚୟ । ଦୃଢ଼ କଣ୍ଠରେ କହିଛନ୍ତି ଛେନାପୋଡ଼ ର ସ୍ରଷ୍ଟା ନୟାଗଡ଼ର କେହି ନୁହନ୍ତି ସ୍ବର୍ଗତ ବିଦ୍ୟାଧର ସାହୁ ,ଦଶପଲ୍ଲା । ଯେହେତୁ ତାଙ୍କର ତିରୋଧାନ ଦିବସ ୩୧ ଡିସେମ୍ବର ୧୯୭୪ ତେଣୁ ସେହି ୩୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment