BREAKING
Loading...
:

ଗଣିଆ ବ୍ଳକ ପରିସରରେ ଛେନାପୋଡ଼ ଦିବସ ପାଳିଲେ ବ୍ଳକ ଅଧ୍ୟକ୍ଷା

 ଗଣିଆ ବ୍ଳକ ପରିସରରେ ଛେନାପୋଡ଼ ଦିବସ ପାଳିଲେ ବ୍ଳକ ଅଧ୍ୟକ୍ଷା 

ଗଣିଆ (ମଣିଭଦ୍ରା ଖବର) ଛେନାପୋଡର ସ୍ରଷ୍ଟା ଦଶପଲ୍ଲାର ସ୍ବର୍ଗତ ବିଦ୍ୟାଧର ସାହୁଙ୍କ ତିରୋଧାନ ଦିବସ ଡିସେମ୍ବର ୩୧ ତାରିଖକୁ ଛେନାପୋଡ଼ ଦିବସ ରୂପେ ପାଳନ କରିବାକୁ ଦାବୀ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଗଣିଆ ବ୍ଳକ ପରିସରରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି ।

 ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା,ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ, କିଶୋର ପ୍ରସାଦ ସରପଞ୍ଚ ଗୀତାରାଣୀ ବେହେରା,କରଡାପଡା ସରପଞ୍ଚ ପ୍ରମୋଦିନୀ ସାହୁ, ଛାମୁଣ୍ଡିଆ ସରପଞ୍ଚ ଦୀପ୍ତିରେଖା ସେନାପତି, ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ,ରାସଙ୍ଗ ସରପଞ୍ଚ ମାନସ ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ସମସ୍ତଙ୍କୁ ଛେନାପୋଡ଼ ଖୁଆଇ ଖୁସି ମନାଇବା ସହିତ ଡିସେମ୍ବର ୩୧ ତାରିଖକୁ ଛେନାପୋଡ଼ ଦିବସ ରୂପେ ପାଳନ କରିବାକୁ ସ୍ବର ଉତ୍ତୋଳନ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS