ଏକ୍ସନ ଏଗ୍ରୀସାଇନ୍ସ ପ୍ରାଇଭେଟ ଲିମିଟେଡ଼ ମକା ବିହନ କମ୍ପାନୀ ତରଫରୁ କୃଷକ ଦିବସ ଅନୁଷ୍ଠିତ
ରାଇଘର (ମାମନି ଚକ୍ରବର୍ତ୍ତୀ ) ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏହି ଦେଶର ଚାଷୀ ବିଭିନ୍ନ ପ୍ରକାରର ଫସଲ ଚାଷ କରିଥାନ୍ତି ଯେମିତି ଧାନ, ମକା, ଗହମ ଇତ୍ୟାଦି, ମକା ଚାଷ ରେ ନବରଙ୍ଗପୁର ଜିଲ୍ଲା ର ପରିଚୟ ସୃଷ୍ଟି କରିଛି । ଏହି ଜିଲ୍ଲା ରେ ଅଧାରୁ ଅଧିକ ଚାଷୀ ମକା ଫସଲ ଚାଷ କରିଥାନ୍ତି, ଭାରତୀୟ ଅଗ୍ରଣୀ କୃଷି କମ୍ପାନୀ ଏକ୍ସନ ଏଗ୍ରିସାଇନ୍ସ ମକା ବିହନ କମ୍ପାନୀ ସବୁଠୁ ଅଧିକ ଉତ୍ତମ ଅଟେ ବୋଲି ଚାଷୀ ମାନେ କହିଛନ୍ତି ।
ଆଜି ରାଇଘର ବ୍ଲକ ଠାରେ ଏକ ବିରାଟ ଏକ୍ସନ ଏଗ୍ରୀସାଇନ୍ସ ପ୍ରାଇଭେଟ ଲିମିଟେଡ଼ ମକା ବିହନ କମ୍ପାନୀ ତରଫରୁ କୃଷକ ଦିବସ ଅନୁଷ୍ଠିତ ହୋଇଅଛି ଏହି କାର୍ଯ୍ୟକ୍ରମ ରେ ସତାଧିକ ଚାଷୀ ଏବଂ ରିଟେଲର ବନ୍ଧୁ ଉପସ୍ଥିତ ରହିଥିଲେ । ସର୍ବ ପ୍ରଥମେ ଓଡିଶା ଏବଂ ଛତ୍ତିଶଗଡ଼ ଦୁଇଟି ରାଜ୍ୟ ର ଦାୟିତ୍ୱ ତୁଲେଇଥିବା କମ୍ପାନୀର ମ୍ୟାନେଜର ସନ୍ଦୀପ ଉପାଧ୍ୟୟ ରିଟେଲର ବନ୍ଧୁ ଏବଂ କୃଷକ ମାନଙ୍କୁ ଉପଢୌକନ ଦେଇ ସ୍ୱାଗତ କରିବା ସହ ସମସ୍ତଙ୍କୁ ଉନ୍ନତ ମାନର କୃଷିଜ୍ଞାନ କୌଶଳ ସମ୍ବନ୍ଧରେ ଉଦବୋଧନ ଦେଇ ଆଜିର କାର୍ଯ୍ୟକ୍ରମ କୁ ଆଗକୁ ବଢ଼େଇଥିଲେ । ଆଜିର କାର୍ଯ୍ୟକ୍ରମରେ କମ୍ପାନୀର ସେଲ୍ସ ଅଫିସର ନିର୍ମଳ କର୍କରା,ଡିସଟ୍ରିବୁଟର ଉପେନ୍ଦ୍ର ମିଶ୍ର ଙ୍କ ସମେତ କମ୍ପାନୀ ର ସମସ୍ତ କର୍ମଚାରି ଯୋଗ ଦେଇ ଚାଷୀ ଙ୍କୁ ଏକ୍ସନ ଏଗ୍ରୀସାଇନ୍ସ କମ୍ପାନୀର ବିହନ ର ଗୁଣବତ୍ତା ବିଷୟରେ ବୁଝେଇ ଥିଲେ ।
ମଣିଭଦ୍ରା ଖବର, ରାଇଘର
Post a Comment