ରଣପୁର ମହୋତ୍ସବ ପାଇଁ ଗଣମାଧ୍ୟମ ସମନ୍ୱୟ କମିଟି ଗଠିତ।
ନୟାଗଡ଼ ୨୪/୧୩(ରୀନା ସାହୁ .) -- ନୟାଗଡ଼ ଜିଲ୍ଲା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୫ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖ ର ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ନୟାଗଡ଼ ଜିଲ୍ଲା ର ପ୍ରଥମ ମହୋତ୍ସବ ଭାବେ ରଣପୁର ମହୋତ୍ସବ ର ଓଡ଼ିଶାରେ ଅନେକ ସୁନାମ ରହିଛି। ୨୦୦୬ ମସିହାରେ ରଣପୁର ମହୋତ୍ସବ ର ପ୍ରତିଷ୍ଠାତା ଥିଲେ ତତ୍ କାଳୀନ ଓଡ଼ିଶାର ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ। କାଳର କରାଳ ଚକ୍ରରେ ଇତି ମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ୨୦୨୫ ମହୋତ୍ସବ ଅର୍ଜ୍ଜୁନ ର ମଙ୍ଗ ଧରିଛନ୍ତି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ।
ତେଣୁ ମହୋତ୍ସବ କୁ ପ୍ରଚାର ପ୍ରସାର କରିବା ପାଇଁ ସୁରମା ପାଢୀ ଙ୍କ ଅଧ୍ୟକ୍ଷତା, ଅନୁପସ୍ଥିତିରେ ସମ୍ପାଦକ ସ୍ବରାଜ ମହାନ୍ତି ସହଭାଗିତା ରେ ରଣପୁର ମଣିନାଗ ପୀଠ କଲ୍ୟାଣ ମଣ୍ଡପ ରେ ଡିସେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଏକ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ ଙ୍କ ଆବାହକତ୍ୱରେ ଏକ ମହୋତ୍ସବ ସଞ୍ଚାଳନ କମିଟି ଗଠନ ହୋଇ ଯାଇଛି। ରଣପୁର ମହୋତ୍ସବ ପାଇଁ ରଣପୁର ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି। ଯେଉଁଥିରେ ୪୦ ରୁ ଉର୍ଦ୍ଧ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ। ଆଗାମୀ ଦିନରେ ରଣପୁର ମହୋତ୍ସବ କୁ ଓଡ଼ିଆରେ ଏକ ନମ୍ବର ଭାବେ ପ୍ରଚାର ପ୍ରସାର କରିବା ପାଇଁ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓ ରଘୁନାଥ ନାୟକ ଙ୍କ ଦାୟିତ୍ଵ ରେ ବିଭିନ୍ନ ସବ କମିଟିରେ ସାମ୍ବାଦିକ ମାନଙ୍କ ପ୍ରତିନିଧି ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକ ରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଙ୍କ ପ୍ରତିନିଧି ଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ,ଉପ ସଭାପତି ପରେଶ ମିଶ୍ର,ବିଜୟ ଜେନା,ରାଜ କିଶୋର ପଟ୍ଟନାୟକ,ଶିବ ପ୍ରସାଦ ମିଶ୍ର ଆଦି ଅନେକ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗଦେଇଥିଲେ। ମହୋତ୍ସବ ସଞ୍ଚାଳନ ପାଇଁ ଏକ ଗଣମାଧ୍ୟମ ସମନ୍ୱୟ କମିଟି ଗଠନ କରାଯାଇଛି।ଆଗାମୀ ଡିସେମ୍ବର ୨୭ ରେ ଏକ ସାଧାରଣ ବୈଠକ ହେବାପାଇଁ ସ୍ଥିରୀକୃତ ହୋଇଅଛି। ରଣପୁର ଜନ ସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।
ମଣିଭଦ୍ରା ଖବର,ନୟାଗଡ
Post a Comment