ଭୁବନେଶ୍ଵର (ମଣିଭଦ୍ରା ଖବର) ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ, ପଶ୍ଚିମବଙ୍ଗରେ ତାତି । ଗୋଟିଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଳୁ ବ୍ୟବସାୟୀ । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୬୨ ହଜାର ଛୋଟ ବଡ ଆଳୁ ବ୍ୟବସାୟୀ । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କାରଣରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି । ଏପରିକି ଆଳୁ ପଚି ଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ଆଳୁ ଚାଷୀଙ୍କ ପାଇଁ ଓଡ଼ିଶା ସବୁଠୁ ବଡ ବଜାର । ତେଣୁ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ହେବା ଏବେ ପଶ୍ଚିମବଙ୍ଗରେ ଚାଷୀଙ୍କ ନିଦ ହଜାଇ ଦେଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment