BREAKING
Loading...
:

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସଂଖ୍ୟା ଲଘୁ ଦିବସ ପାଳିତ

 ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସଂଖ୍ୟା ଲଘୁ ଦିବସ ପାଳିତ 

ରଙ୍ଗେଈଲୁଣ୍ଡା (ମଣିଭଦ୍ରା ଖବର) 

          ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମଦନମୋହନ ପୁର ନବ ଜୀବନ ଆଶ୍ରମ ରେ ସଂଖ୍ୟା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସଂଖ୍ୟାଲଘୁ ଦିବସ ପାଳିତ ହୋଇଯାଇଛି l ଦିଗଦର୍ଶନ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନ ର ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ସଭାପତିତ୍ୱ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆଶ୍ରମର ସମ୍ପାଦକ ସୁଶାନ୍ତ କୁମାର ମହାରଣା, ଆଇନଜୀବୀ ଲକ୍ଷ୍ମୀ ନାରାୟଣ ଦାଶ, ଶର୍ମିଲା ଆଚାରୀ, ପ୍ରଣବ କୁମାର ପାଢ଼ୀ,ସମାଜସେବୀ ହିତାଂଶୁ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସଂଖ୍ୟା ଲଘୁ ଦିବସର ଆଭିମୁଖ୍ୟ ସମ୍ପର୍କରେ ପରିପ୍ରକାଶ କରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟ ଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ଦ୍ୱାରା 

ସେମାନଙ୍କୁ ପ୍ରୋତ୍ସାହନ ଯୋଗାଈଦେବା ପାଇଁ ମତ ପ୍ରକାଶ ପାଇଥିଲା l ଶେଷରେ ଦିଗଦର୍ଶନ ଅନୁଷ୍ଠାନ ର ଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଶ୍ରମର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS