BREAKING
Loading...
:

ସମ୍ବାଦ ସାହିତ୍ୟ ଘରର ମାସିକ ବୈଠକ ଅନୁଷ୍ଠିତ

 ସମ୍ବାଦ ସାହିତ୍ୟ ଘରର ମାସିକ ବୈଠକ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଶିକ୍ଷକ ଭବନ ପରିସରରେ ସମ୍ବାଦ ସାହିତ୍ୟ ଘରର ଗଣିଆ ଶାଖା ତରଫରୁ ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ବାଦ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଉପଦେଷ୍ଟା ଗିରିଶ କୁମାର ମିଶ୍ର, କୁଳମଣି ରାଉତ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ବାଙ୍କନିଧି ରାଉତ ମଞ୍ଚାସୀନ ଥିବା ବେଳେ  ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । 

ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଆଜିର ବୈଠକର ଶୁଭାରମ୍ଭ କରାଯାଇଥିଲା । ୨୦୨୪ ମସିହାର ଏଇ ବୈଠକ ଶେଷ ହୋଇଥିବାରୁ ପୂରାତନ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରିବାକୁ ଉପଦେଷ୍ଟା ଗିରିଶ କୁମାର ମିଶ୍ର ଆହ୍ବାନ କରିଥିଲେ । ସମସ୍ତ ସଦସ୍ୟ ମାନେ କେବଳ କବିତା ପଢିବାରେ ସୀମିତ ନରଖି ନିଜକୁ ମାର୍ଜିତ ତଥା ଶୃଂଖଳିତ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । 

ଆଜିର ଏହି ବୈଠକରେ ସମସ୍ତ ସଦସ୍ୟ ବିଭିନ୍ନ କବିତା ପଠନ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା କୁନି କୁନି କବି ମାନେ ମନଭରି ଉପଭୋଗ କରିଥିଲେ । ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଆଡକଟା ଠାରେ ଅନୁଷ୍ଠିତ ହେବା ସମ୍ପର୍କରେ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ । 

କବିତା ଆସରକୁ ସାମ୍ବାଦିକ ତଥା କବି ଦେବୀ ପ୍ରସାଦ ଦାଶ ଏବଂ କବି ସନ୍ତୋଷ କୁମାର ସାହୁ ସଂଯୋଜନା କରିଥିଲେ । ପରିଶେଷରେ ସମ୍ବାଦ ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS