*ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଋଷିକୂଲ୍ୟା ନଦୀର ଉପର ମୁଣ୍ଡ ପିପଳପଙ୍କା ଠାରେ ବୃହତ ଡେମ ନିର୍ମାଣ କରି ପାଇପ ଯୋଗେ ଗୋପାଳପୁରରେ ଟାଟା ଏବଂ ଅଦାନୀର ପ୍ରସ୍ତାବିତ ପ୍ଲାଣ୍ଟକୁ ପାଣି ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି* l
ଭୁବନେଶ୍ଵର (ମଣିଭଦ୍ରା ଖବର) ଡେମ୍ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀ ମୃତ ହୋଇଯିବ l ଯାହା ଫଳରେ ପ୍ରାକୃତିକ ପରିବେଶ, ଜଙ୍ଗଲ, ଚାଷ ଜମି ସବୁ ନଷ୍ଟ ହୋଇଯିବ l ବ୍ରହ୍ମପୁର ସମତେ ଜିଲ୍ଲାର ପାଞ୍ଚଟି ବ୍ଲକର ଲୋକେ ପାଣି ପାଇବାରୁ ବଞ୍ଚିତ ହେବେ l ନଦୀ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ନିଜର ଜୀବିକା ହରାଇବେ l ତେଇଶି ଖଣ୍ଡ ଗ୍ରାମବାସୀ ବିସ୍ଥାପିତ ହେବେ, ଜୈବିକ ସନ୍ତୁଳନ ବିଗିଡି ଯିବ l ଗତ 1995 ମସିହାରୁ ପ୍ରସ୍ତାବିତ ଡେମ୍ ବିରୁଦ୍ଧରେ ଅଞ୍ଚଳବାସୀ ବିରୋଧ କରି ଆସିଛନ୍ତି l ବର୍ତ୍ତମାନ ସରକାର କାର୍ପୋରେଟ ସପକ୍ଷବାଦୀ ନୀତି ଆପଣାଇ ଅଦାନୀ ଏବଂ ଟାଟା କଂପାନୀ ସ୍ୱାର୍ଥରେ କାମ କରୁଛନ୍ତି, ତେଣୁ ସ୍ଥାନୀୟ ଅଧିବାସୀ ଏବଂ ଜିଲ୍ଲାର ବୁଦ୍ଧିଜୀବି ମାନେ ତୀବ୍ର ବିରୋଧ କରିବା ସତ୍ୱେ, ସରକାର ହଜାରେ କୋଟି ଟଙ୍କା ବ୍ୟୟ କରି ଡେମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି* l
*ଗତ ନଭେମ୍ବର 10 ତାରିଖ ବ୍ରହ୍ମପୁର, କମାପଲ୍ଲୀ ସଂକଳ୍ପ ସ୍କୁଲ ପରିସରରେ ବିଶିଷ୍ଟ ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ଆଗାମୀ ଦିନରେ ପଥପ୍ରାନ୍ତ ସଭା, ନଦୀ କୂଳରେ ପଦଯାତ୍ରା କରି ଲୋକଙ୍କୁ ପରିବେଶ ସମ୍ବଧୀୟ ସଚେତନ କରିବାକୁ,କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା* l *କାର୍ଯ୍ୟକ୍ରମରେ ପରିବେଶ ଏବଂ ଶିକ୍ଷାବିତ୍ତ ସୁଧୀର ରାଉତ, ସାମାଜିକ କାର୍ଯ୍ୟକର୍ତ୍ତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆପ୍ ନେତା ଆଦିତ୍ୟ ରଥ, ଶିକ୍ଷକ ନେତା ରାଜେନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ରାଜ୍ୟ କମ୍ୟୁନିଷ୍ଟ ନେତା ନାରାୟଣ ରେଡ୍ଡୀ, ପ୍ରତାପ ପ୍ରଧାନ, ଅଶୋକ ଦଳାଇ,ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଂପାଦକ ପ୍ରିତିଶ ପାଣିଗ୍ରାହୀ,କଂଗ୍ରେସର ଚାଷୀ ନେତା ବୃନ୍ଦାବନ ଖଟେଇ,ସଂକଳ୍ପ ସ୍କୁଲର ପ୍ରତିଷ୍ଠାତା ଇ.ଟି. ରାଓ,ବିଧୁପ୍ରଭା ରଥ, ହେତୁବାଦୀ ସଂଗଠନର ସଭାପତି ନନ୍ଦେଶୁ ସେନାପତି ପ୍ରମୁଖ ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି, ଆନ୍ଦୋଳନକୁ ତୀବ୍ରତର କରିବାକୁ ସଂକଳ୍ପ ନେଇଥିଲେ* l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment