BREAKING
Loading...
:

ଆଉ ନାହାନ୍ତି ବୈଦ୍ୟନାଥ ପଟ୍ଟନାୟକ,୯୨ ବର୍ଷ ବୟସରେ ପରଲୋକ

 ଆଉ ନାହାନ୍ତି ବୈଦ୍ୟନାଥ ପଟ୍ଟନାୟକ,୯୨ ବର୍ଷ ବୟସରେ ପରଲୋକ 

ଗଣିଆ (ମଣିଭଦ୍ରା ଖବର) ଆଉ ନାହାନ୍ତି ବୈଦ୍ୟନାଥ ପଟ୍ଟନାୟକ। ଜଣେ ମୂରବୀଙ୍କୁ ହରାଇଲେ ବେଲପଡାବାସୀ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ବେଲପଡାପାଟଣା ଗ୍ରାମର ବୈଦ୍ୟନାଥ ପଟ୍ଟନାୟକଙ୍କ ୯୨ ବର୍ଷରେ ପରଲୋକ ଘଟିଛି । ସେ ଏକାଧାରରେ ଜଣେ ରାଜନୀତିଜ୍ଞ, ଶିକ୍ଷାବିତ୍ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ବେଲପଡାପାଟଣା ପଞ୍ଚାୟତର ସରପଞ୍ଚ ଥିବା ସମୟରେ ସମସ୍ତ କାର୍ଯ୍ୟକୁ ସେ ସୂଚାରୁରୂପେ ସମ୍ପାଦନ କରିଥିଲେ । ଲୋକମାନଙ୍କ ଅସୁବିଧା ସୁବିଧାରେ ସହଯୋଗର ହାତ ବଢ଼ାଇବା ସହିତ ମୂରବୀ ହୋଇ ସମସ୍ଯାର ସମାଧାନ କରୁଥିଲେ । ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ନିଜ ଘରେ ସମ୍ମୁଖରେ ଏକ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଥିଲେ । ବୟସାଧିକ ହୋଇଥିଲେ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ସେ ଚଳଚଞ୍ଚଳ ଥିଲେ । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ସମୟରେ ବନ୍ଧୁବାନ୍ଧବ ପରିବାରବର୍ଗ ସମସ୍ତେ  ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS