BREAKING
Loading...
:

ଓଭା'ର ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 'ଓଭା'ର ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଦଶପଲ୍ଲା (ବ୍ୟୁରୋ ରିପୋର୍ଟ)

ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ୍ ର ୫୧ତମ ବାର୍ଷିକ ଉତ୍ସବ ତାର ନିଜସ୍ବ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ସୁରେଶ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ କ୍ଷମାକର ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଦୁର୍ଗାଚରଣ ନାୟକ ଆୟ ବ୍ୟୟ ର ହିସାବ ରଖିଥିଲେ। ସଭାପତି ଆଗାମୀ ବର୍ଷ ପାଇଁ କ'ଣ ଯୋଜନା ପ୍ରସ୍ତୁତ କରାଯାଇଛି, ସେଥିପାଇଁ ବ୍ୟୟବରାଦ କଣ କରାଯାଇଛି ସେ ବିଷୟରେ କହିଥିଲେ । ଚଳିତ ବର୍ଷ ଯେହେତୁ ନିର୍ବାଚନର ବର୍ଷ ସେଥିପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଇଥିଲା । ଦଶପଲ୍ଲା ସଭ୍ୟ ଡା.ପ୍ରଫୁଲ୍ଳ କୁମାର ଦାଶଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇଥିଲା। ସେ ସମସ୍ତ ନିତୀ ନୀୟମ ଅନୁଯାୟୀ ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମଧ୍ୟରୁ ୧୧ଜଣଙ୍କୁ ନିର୍ବାଚିତ କରାଗଲା ଏବଂ ବିଧି ବ୍ୟବସ୍ଥା ମୁତାବକ ତନ୍ମଧ୍ୟରୁ ସୁରେଶ କୁମାର ସାହୁ -ସଭାପତି, କ୍ଷମାକର ସ୍ବାଇଁ- ସମ୍ପାଦକ, କବିତା ମହାନ୍ତି -ଉପ ସଭାନେତ୍ରୀ, ଜୟନ୍ତୀ ବେହେରା-ସହ ସମ୍ପାଦିକା, ଦୁର୍ଗାଚରଣ ନାୟକ କୋଷାଧ୍ୟକ୍ଷ ରୂପେ ମନୋନୀତ ହେଲେ। ଏମାନଙ୍କ ବ୍ୟତୀତ କାର୍ଯ୍ୟକାରୀ କମିଟି ରେ ରଞ୍ଜନ କୁମାର ମହାନ୍ତି, ଉତ୍ତମ କୁମାର ସାହୁ, ପ୍ରସନ୍ନ କୁମାର ମିଶ୍ର, ସନ୍ତୋଷ କୁମାର ଜେନା, ସୁକାନ୍ତ କୁମାର ନାୟକ, ସୀତାକାନ୍ତ ଦାଶ ପ୍ରମୁଖଙ୍କୁ ଦାୟିତ୍ଵ ଅର୍ପଣ କରାଗଲା। ଆଗାମୀ ଗୋଲଡେନ୍ ଜୁବୁଲିକୁ ସରସ ସୁନ୍ଦର କରିବା ପାଇଁ ସ୍ଥିର କରାଯାଇଥିଲା। ଶେଷରେ କବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, 

Post a Comment

Previous Post Next Post
Header ADS