ରାଜୀବ ସ୍ମୃତି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୀତା ଜ୍ଞାନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଇଘର(ମାମନି ଚକ୍ରବର୍ତ୍ତୀ ) ସ୍ଥାନୀୟ ରାଜୀବ ସ୍ମୃତି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ଜ୍ଞାନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଇଘର କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ ମିଶନ ତରଫରୁ ସଂଯୋଜକ ଏବଂ ଆଇନଜୀବୀ କିରଣ କୁମାର ପଟ୍ଟନାୟକ ସଂଚାଳକ ଦାୟିତ୍ୱ ନିର୍ବାହ କରିଥିଲେ | ଏହି ଅବସରରେ ସଭାପତି ଭାବେ ସଂସ୍କୃତିପ୍ରେମୀ ଅଜୟ କୁମାର ଦାଶ ମଞ୍ଚାସୀନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରୀତିସ୍ନିଗ୍ଧା ମହାପାତ୍ର ଯୋଗ ଦେଇଥିଲେ |
ଏଥିସହିତ ଉମରକୋଟ ରୁ ଆସିଥିବା ବିଶ୍ୱ ହିନ୍ଦୁପରିଷଦ ନବରଙ୍ଗପୁର ଜିଲ୍ଲା ସଭାପତି କୃପାରାମ ସାହୁ, କାର୍ଯ୍ୟକାରୀ ସଭାପତି ସୁନୀଲ ବେହେରା, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ବଜରଙ୍ଗ ଦଳ ସଭାପତି ଅଶୋକ ପାତ୍ର, ପରିଷଦ ସଦସ୍ୟ ସୌରଭ ଭାଇ ମଞ୍ଚରେ ଉପସ୍ଥିତ ରହି ଗୀତା ଜ୍ଞାନ ତତ୍ତ୍ୱ ପ୍ରଦାନ କରିଥିଲେ |ମଂଚାସୀନ ଅତିଥିମାନେ ଗୀତା ରେ ରହିଥିବା ସମସ୍ତ ଶ୍ଳୋକ ର ମହତ୍ବ ରହିଥିବା ଓ ସବୁଦିନ ଗୋଟିଏ ଗୋଟିଏ ଶ୍ଲୋକ ପଢିବା ପାଇଁ କହିବା ସହ ସେଥିପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଖପାଖ ଏଗାର ଟି ଶିକ୍ଷାନୁଷ୍ଠାନର ପଚାଶ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ଅବସର ପ୍ରାପ୍ତ ଶିକ୍ଷକ ତଥା ସଂସ୍କୃତିପ୍ରେମୀ ଲଷ୍ମୀଧର ମହାନ୍ତି, ଗଙ୍ଗାଧର ପାଣି, ପଦ୍ମନାଭ ରାଉତ, ଅନନ୍ତ ବାରିକ, ଶିକ୍ଷୟିତ୍ରୀ ମନୋରମା ମହାପାତ୍ର, ଶିକ୍ଷକ ଅର୍ଜୁନ ବାରିକ ବିଚାରପତି କାର୍ଯ୍ୟ ପରିଚାଳନା କରିଥିଲେ | ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଆଠ ଜଣଙ୍କୁ ମିଶନ ତରଫରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ମୁଖ୍ୟ ଗୀତାଞ୍ଜଳି ସାମଲଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ |
ମଣିଭଦ୍ରା ଖବର,ରାଇଘର
إرسال تعليق