BREAKING
Loading...
:

ସ୍ୱର୍ଣ୍ଣପଦକ ପାଇଲେ ରାଇଘର ର ରାଜକିଶୋର ରାୟ*

 *ସ୍ୱର୍ଣ୍ଣପଦକ ପାଇଲେ ରାଇଘର ର ରାଜକିଶୋର ରାୟ*

ରାଇଘର (ମାମନି ଚକ୍ରବର୍ତ୍ତୀ) ଜଣେ ମେକାନିକ ଙ୍କ ପୁଅ ସ୍ୱର୍ଣ୍ଣପଦକ ରେ ଭୁବନେଶ୍ୱର  ରେ ସଂମ୍ମାନିତ ହେଲେ ।  ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ଉପାନ୍ତ ଅଂଚଳ ରାଇଘର ବ୍ଲକ ସଦର ମହକୁମା କୋଦଭଟା ସାହିର ଅସୀମ କୁମାର ରାୟ ଙ୍କ ପୁଅ ରାଜକିଶୋର ରାୟ ଭୁବନେଶ୍ୱର ବିଶ୍ୱ କୁଶଳୀ ତାଲିମ କେନ୍ଦ୍ର ଭୁବନେଶ୍ୱର ଠାରେ ଥିବା ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସ  ରେ ସ୍ୱର୍ଣ୍ଣ ପଦକ ରେ ସଂମାନିତ ହେଇଛନ୍ତି। ଓଡିଶାର ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ରାଜକିଶୋର ଙ୍କୁ ପୁରସ୍କୃତ କରିଥିଲେ ।  ରାଜକିଶୋର ରାଇଘର ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ  ପଢିବା ପରେ ଅଷ୍ଟମ ଏବଂ ଦଶମ ପଢିଲେ ସଂଗ୍ରାମି ରବି ସିଂ ହାଇସ୍କୁଲ ସିଲାଟି ଗ୍ରାମରେ,ଜୟପୁର ଠାରେ ଥିବା ବିକ୍ରମ ଦେବ ମହାବିଦ୍ୟାଳୟ ଠାରେ ଯୁକ୍ତଦୁଇ ବିଜ୍ଞାନ ପଢିବା ପରେ ରାଇଘର ଠାରେ ଥିବା ଶିଳ୍ପ ତାଲିମ କେନ୍ଦ୍ରରେ ଉର୍ତ୍ତିନ ହେବା ପରେ ଆଗୁଆ କୁଶଳୀ ଉନ୍ନୟନ ରେ ପାଠ ପଢିବାପାଇଁ ବିଶ୍ୱକୁଶଳୀ ତାଲିମ ସେଣ୍ଟର ଭୁବନେଶ୍ୱର ରେ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ରେ ପୁରସ୍କୃତ ହେବା ପରେ  ତାଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରର ଜଣେ ମେକାନିକ ଙ୍କ ପୁଅ ବାପା ମେକାନିକ ଟିଏ ହେଇଥିବା ବେଳେ ମା ତୃପ୍ତି ରାୟ ଗୃହିଣୀ। ଏତେବଡ଼ ସଫଳତା ହାସଲ କରି ରାଇଘର ପାଇଁ ଗୌରବ ଆଣିଥିବା ବେଳେ ବିଭିନ୍ନ ମହଲରୁ ରାଜ କିଶୋର ଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଜକିଶୋର ଫେରିବା  ପରେ ରାଇଘର ଶିଳ୍ପତାଲିମ କେନ୍ଦ୍ର ତରଫରୁ ତାଙ୍କୁ  ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧନା ଜଣେଇଥିଲେ ।

ମଣିଭଦ୍ରା ଖବର,ରାଇଘର

Post a Comment

أحدث أقدم
Header ADS