ବାଲ୍ୟବିବାହ ହେବାକୁ ଥିବା ଖବର ମିଳିବା ପରେ ,ନାବାଳିକାଙ୍କ ଘରେ ସିଡିପିଓଙ୍କ ଚଢ଼ଉ; ନାବାଳିକା ନିଖୋଜ*
ଆଉ ଏକ ନାବାଳିକା (୧୪)ଗର୍ଭବତୀ ହୋଇଥିବା ସୂଚନା ମିଳିବା ପରେ ଡିସିପିଓଙ୍କ ଚଢ଼ଉ
ବ୍ରହ୍ମପୁର (ମଣିଭଦ୍ରା ଖବର) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମର ଜଣେ ୧୫ ବର୍ଷିଆ ନାବାଳିକାର ଗାରାମାପେଟାର ଜଣେ ୩୨ ବର୍ଷିଆ ଯୁବକ ସହ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ବିବାହ ସମ୍ପନ୍ନ ହେବ ବୋଲି ଅଭିଯୋଗ ପାଇବା ପରେ ସିଡିପିଓ ଗିତାଞଳୀ ପାଣିଗ୍ରାହୀଙ୍କ ସମେତ ଏକ ଟିମ ପୁଲିସ ସମ୍ପୃକ ନାବାଳିକାଙ୍କ ଘରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ନାବାଳିକା ଜଣକ ଘରେ ନଥିଲେ । ପରେ ପରିବାର ସହ ଏ ନେଇ ଆଲୋଚନା କରିଥିଲେ । ସେହିପରି ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷିଆ ନାବାଳିକା ଗର୍ଭବତୀ ହୋଇଥିବା ସୂଚନା ମିଳିବା ପରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ(ଡିସିପିଓ) ତଦନ୍ତ କରିଥିଲେ । ତଦନ୍ତ ବେଳେ ନାବାଳିକା ଜଣକ ୩ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା । ପରେ ଘଟଣାକୁ ନେଇ ସେ ଗୋଳନ୍ଥରା ଥାନାରେ ଏତଲା ଦେଇଥିବା ସୂଚନା ରହିଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق