BREAKING
Loading...
:

୩୫ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ। ଆନ୍ତର୍ଜାତିକ ବାଲୁକାକଳାରେ ଯୋଗଦେବେ ୭ଦେଶର ଶିଳ୍ପୀ

 ୩୫ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ।

ଆନ୍ତର୍ଜାତିକ ବାଲୁକାକଳାରେ ଯୋଗଦେବେ ୭ଦେଶର ଶିଳ୍ପୀ।


ନିମାପଡା (ମଣିଭଦ୍ରା ଖବର) ୩୫ତମ କୋଣାର୍କ ଉତ୍ସବ ଏବଂ ୧୪ତମ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉପ - ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଅଛି।ପ୍ରତିବର୍ଷ ପରି ଚଳିତ ବର୍ଷ  ଡିସେମ୍ବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ମହାସମର ଅନୁଷ୍ଟିତ ହେବ। ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଟିତ ହେବ ଆନ୍ତର୍ଜାତିକ ବାଲୁକାକଳା।ଦେଶ ତଥା ପର୍ତ୍ତୁଗାଲ, ଇଲଣ୍ଡ, ମେସ୍କିକୋ,ଜାପାନ, ସ୍ପେନ୍, ଋଷିଆ ଓ ଶ୍ରୀଲଂକା ଆଦି ଦେଶମାନଙ୍କରୁ ୧୦୦ରୁ ଉର୍ଦ୍ଧ ବାଲୁକା ଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଓଡ଼ିଶାର ଅନ୍ତନିହିତ ଐତିହକୁ ବାଦଦେଲେ ଏହି ଉତ୍ସବ ଉକୃଷ୍ଟ ମାନର ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଛି।ଏକ ନିର୍ଜନ ମନୋଜ୍ଞ ସର୍ବୋକୃଷ୍ଟ ଲୋକକଳା ଏବଂ ପୌରାଣିକ ତଥ୍ୟ ସୃଷ୍ଠି କରିଛି ବିଶ୍ଵ ବିସ୍ମୟ ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିର ପାଦଦେଶରେ ଆୟୋଜିତ ହୋଇଆସୁଛି କୋଣାର୍କ ଉତ୍ସବ। ଚଳିତ ବର୍ଷ ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାର ମାନେ ଓଡ଼ିଶୀ, ଭାରତନାଟ୍ୟମ, କୁଚୁପୁଡ଼ି, ମଣିପୁରୀ, ମହୋନୀଆଟ୍ଟମ ସହ କଥକ ନୃତ୍ୟ ପ୍ରଦର୍ଶନ କରିବେ। ଚଳିତ ବର୍ଷ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲିଙ୍କ ପ୍ରତିଷ୍ଠାନ ଦୀକ୍ଷା ମଞ୍ଜରୀ ଯୋଗଦେବେ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାପଡିଛି। ଅନୁଷ୍ଟିତ ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସଚିବ ବଳବନ୍ତ ସିଂ, ନିର୍ଦ୍ଦେଶକ ସମର୍ଥ ବର୍ମା,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବୈଠକ ପରିଚାଳନା କରାଯାଇଥିଲା। ସେହିପରି ସୂର୍ଯ୍ୟମନ୍ଦିର ସମ୍ମୁଖ ରାସ୍ତା ଜବରଦଖଲ ସହ ଇକୋ- ରିଟ୍ରେଟ ନିକଟ ରାସ୍ତା ପାର୍ଶ୍ଵ ଜବର ଦଖଲକୁ ନେ଼ଇ ଗଣମାଧ୍ୟମ ପ୍ରତିନଧିମାନେ ଅଧିକାରୀଙ୍କ ଦୃଷ୍ଟି ଆର୍ଷଣ କରିଥିଲେ। ତୁରନ୍ତ ସୂର୍ଯ୍ୟମନ୍ଦିର ରାସ୍ତାକୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS