ବିଜେପି କୃଷକ ମୂର୍ଚ୍ଛା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ
ନିମାପଡା (ମଣିଭଦ୍ରା ଖବର) ବିଜେପି କୃଷକ ମୋର୍ଚ୍ଚା ତରଫରୁ ପୁରୀ ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ ଅଭିଯାନ କୁ ସଫଳ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ପୁରୀ ସହରସ୍ଥ ସଞ୍ଜିବନୀ ନର୍ସିଂ ହୋମ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆୟାଜିତ ସଭାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆସନ୍ତା ନଭେମ୍ବର ୨୦ ତାରିଖ ଠାରୁ ଓଡ଼ିଶାରେ ଖରିଫ୍ ଧାନ କିଣା କାରବାର ଶୁଭାରମ୍ଭ ହେବ। ଏହି ଧାନ କିଣା କାରବାରରେ ବ୍ୟାପକ ସୂଛତା ର ସହିତ ହେବା ସହିତ ମିଲ ମାଲିକ ମାନକଂର ଦାଦାଗିରି କୁ ବନ୍ଦ କରାଯିବ। ତତସହିତ ଧାନ କିଣା କାରବାରରେ ଯଦି କୌଣସି ଅଧିକାରୀ, କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ସାହୁ ତାଙ୍କର ଭାଷଣରେ କହିଥିଲେ। ଓଡ଼ିଶା ର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଚାଷୀ ମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ପାଇଁ ବିଜେପି ମୋହନ ଚରଣ ମାଝି ସରକାର ୪ ମାସ କାଯ୍ୟକାଳ ଅବଧି ମଧ୍ୟରେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା, ୬ ଲକ୍ଷ ଚାଷୀ ମାନଙ୍କୁ ପି. ଏମ. କିସାନ ରେ ସାମିଲ କରିବା, ସି. ଏମ. କିସାନ ଯୋଜନା ପ୍ରାରମ୍ଭ କରି ୪୬ ଲକ୍ଷ ଚାଷୀ ଙ୍କୁ ସାମିଲ କରିବା, ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା, ଚାଷୀ ପରିବାର ପିଲା ମାନଙ୍କୁ ଉଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିମିତ୍ତ, ୩୧୪ ବ୍ଲକ ରେ ପନିପରିବା ମଣ୍ଡି କରିବା ନିଷ୍ପତି ଐତିହାସିକ ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ଓ ଅଶୋକ କୁମାର ରଥ, ଜିଲ୍ଳା କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ତରାଇ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ବିଜୟ କୁମାର ପଣ୍ଡା, ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ବରାଳ, ଅକ୍ଷୟ କୁମାର ମହାନ୍ତି, ଅର୍ଜୁନ କୁମାର ବରାଳ, ବ୍ରଜବନ୍ଧୁ ବରାଳ, ଲମ୍ବୋଧର ବିଶ୍ଵାଳ, କେଶବ ଚନ୍ଦ୍ର ସାହୁ, କେଳୁ ଚରଣ ପ୍ରଧାନ, କିଶୋର୍ କୁମାର ଜେନା, ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ଗଦାଧର ବରାଳ, ବିନାୟକ ବସ୍ତିଆ, ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment