ଋତୁସ୍ରାବ ଛୁଟି ନେଇ ଆସିଲା ବିଜ୍ଞପ୍ତି, ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ୧୨ ଦିନର ଅତିରିକ୍ତ ଛୁଟି
ଋତୁସ୍ରାବ ଛୁଟି ନେଇ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି । ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ମହିଳା କର୍ମଚାରୀ ୫୫
ବର୍ଷ ପୂରଣ ଯାଏଁ ଛୁଟି ନେଇପାରିବେ ।
ଗୋଟିଏ ମାସରେ ଗୋଟିଏ ଦିନହିଁ ଛୁଟି ଦିଆଯିବ । ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment