BREAKING
Loading...
:

କାନବେରାରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳ

 କାନବେରାରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳ

କାନବେରା (ମାନସ କୁମାର ସାହୁ) ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ତେବେ ଭାରତୀୟ ଦଳ ଏଠାରେ ପହଞ୍ଚିବା ପୂର୍ବରୁ ବିରାଟ କୋହଲି ପହଞ୍ଚି ସାରିଥିଲେ। ଆଡିଲେଡ୍‌ରେ ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ନଭେମ୍ବର ୩୦ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଅଭ୍ୟାସ ମ୍ୟାଚ୍‌ ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ ପ୍ରଥମ ଟେଷ୍ଟ୍‌ରେ ଖେଳିପାରି ନଥିଲେ। ଅଷ୍ଟ୍ରେଲୀୟ ପରିବେଶ ସହିତ ଖାପଖୁଆଇବାକୁ ରୋହିତଙ୍କ ପାଇଁ ଅଭ୍ୟାସ ମ୍ୟାଚ୍‌ ଉପଯୋଗୀ ହୋଇପାରିବ।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS