BREAKING
Loading...
:

ନୂଆବର୍ଷରୁ ଭୁବନେଶ୍ୱରରୁ ଉଡିବ ୫ ନୂଆ ବିମାନ

 ନୂଆବର୍ଷରୁ ଭୁବନେଶ୍ୱରରୁ ଉଡିବ ୫ ନୂଆ ବିମାନ

କଟକ (ମଣିଭଦ୍ରା ଖବର) ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ । ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ । ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ । । ଇଣ୍ଡିଗୋ ବିମାନ ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନ, ଜୟପୁର କୁ ସପ୍ତାହରେ ୩ ଦିନ ଯାତାୟତ କରିବ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍‌ନୌ , ଜୟପୁର, କୋଚିକୁ ଉଡ଼ିବ ବିମାନ ଯାତ୍ରା ଆରମ୍ଭ ହେବ । କୋଚିକୁ ଭୁବନେଶ୍ୱରରୁ ସବୁଦିନ ବିମାନ ସେବା ରହିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS