BREAKING
Loading...
:

ଛାଡ଼ଖାଇ ପାଇଁ ଜଙ୍ଗଲ ଅଶାନ୍ତ, ଖୋଲା ବଜାରରେ ବିକ୍ରି ହେଉଛି ଜଂଗଲି ବାର୍ହା ମାଂସ

 ଛାଡ଼ଖାଇ ପାଇଁ ଜଙ୍ଗଲ ଅଶାନ୍ତ, ଖୋଲା ବଜାରରେ  ବିକ୍ରି ହେଉଛି ଜଂଗଲି ବାର୍ହା ମାଂସ

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଛାଡ଼ଖାଇ ପାଇଁ ଲୋକକଂ ମନରେ ରହିଛି ବହୁ ଆବିଳତା ।  ଦଶପଲ୍ଲା ଏକ ବଣ ପାହାଡ ଘେରା ଅଂଚଳ ହୋଇଥିବାବେଳେ , ଏହି ଅଂଚଳରେ ଛାଡଖାଇରେ ବାର୍ହା ମାଂସ ଲୋକକଂ ର ପ୍ରଥମ ପସନ୍ଦ ହୋଇଥାଏ । ଯାହାକୁ ନେଇ ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବରେ ବାର୍ହା ମାଂସ କଟାଯିବା ସହ ବିକ୍ରୟ ହୋଇଛି । ଖବର ପାଇ ଆଜି ବନବିଭାଗ ପକ୍ଷରୁ କେତେକ ଗ୍ରାମରେ  ଲୋକ ଦେଖାଣିଆ ଚଢ଼ଉ କରିବା ସମୟରେ , ଶିକାରୀମାନେ ଖସି ଯାଇଥିବା ଜଣାପଡ଼ିଛି । ମାଂସକୁ ପୁଡ଼ିଆ କରି ବ୍ୟବସାୟୀମାନେ କିଲୋ ପ୍ରତି ଅଢ଼େଇ ଶହରୁ ୩ ଶହ ଟଙ୍କା ମୂଲ୍ୟରେ ବିକ୍ରୟ କରୁଛନ୍ତି । ବିଶେଷକରି ଏବେ ଧାନ ଫସଲ ଚଢ଼ଉ ବେଳେ ଖସିଗଲେ ଶିକାରୀ ଖାଇବା ପାଇଁ ବାହାମାନେ ଜଙ୍ଗଲ ଛାଡ଼ି ଫସଲମୁହାଁ ହେଉଛନ୍ତି । ଏହାକୁ ଶିକାର କରିବା ପାଇଁ ଶିକାରୀମାନେ ସଞ୍ଜ ନଇଁବା ପୂର୍ବରୁ ସଜବାଜ ହୋଇ ଉଠୁଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ଫାଶ ବିଛାଇବା ସହ ଧାନବିଲରେ ବୋମା ରଖୁଛନ୍ତି । ସେହିଭଳି ବାର୍‌ହାଙ୍କୁ ଲକ୍ଷ୍ୟକରି ଶିକାରୀମାନେ ଛକି ବସୁଥିବା ବେଳେ ,ଢୋ ଢା ବନ୍ଧୁକ ଶବ୍ଦ ସହିତ ବନ୍ୟଜନ୍ତୁଙ୍କ ଆର୍ତ୍ତ ଚିତ୍କାର ରେ  ଜଙ୍ଗଲ ଫାଟି ପଡୁଥିବା ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ କହିଛନ୍ତି। ଏପଟେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଶିକାରୀଙ୍କ ଗତିବିଧି  କୁ ବନବିଭାଗ କେମିତି ଜାଣି ପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS