ଅକ୍ଷମ ପରିବାର କାଟୁଛନ୍ତି ଦୁର୍ବିସହ ଜୀବନ
■ ଭତ୍ତା ଓ ରାସନ ସାଜିଛି ସାହାରା ।
■ ମିଳୁନି ଟ୍ରାଇ ସାଇେକଲ୍
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ସାନପୁଅ ଭିନ୍ନକ୍ଷମ, ବାପା ଅକ୍ଷମ। ଏହାରି ମଧ୍ୟରେ।ଭତ୍ତା ଓ ରାସନ ସାମଗ୍ରୀ ସାହାରା ସାଜିଛି। ବଡ଼ପୁଅ ମୂଲପାତି କରି ଯାହା ଦି ପଇସା ରୋଜଗାର କରେ , ସେଥିରେ ହିଁ ପରିବାର ଚଳୁଛି। ମାତ୍ର ଟ୍ରାଇ ସାଇେକଲଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ବାରମ୍ବାର ଅଭିେଯାଗ ସତ୍ବେ ବି ମିଳି ପାରୁନଥିବା ଅଭିେଯାଗ ଆଣିଛନ୍ତି। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ ରଥିପୁର (ଚିଲିପଥର) ଗ୍ରାମର ଚନ୍ଦ୍ରକାନ୍ତ ନାୟକ (୨୫)ଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଚନ୍ଦ୍ରକାନ୍ତ ପିଲାଟି ଦିନରୁ ଭିନ୍ନକ୍ଷମ । ପରିବାର ଉପରେ ବୋଝ ହୋଇ ରହୁଥିବାବେଳେ , ବାପା ପାଣ୍ତବ ନାୟକ ମୂଲଲାଗି ପରିବାର ଚଳାନ୍ତି। ଏହାରି ମଧ୍ୟରେ ସେ ଏବେ ଅକ୍ଷମ ହୋଇ ବସି ରହିଛନ୍ତି। ବଡ଼ପୁଅ ମୂଲପାତି ଯାହା ରୋଜଗାର କରୁଛି ସେଥିରେ , ଝାଟିମାଟି ଘରେ ଜୀବନ ବିତୁଛି। ମାତ୍ର ସରକାର ଭିନ୍ନକ୍ଷମଙ୍କ ପାଇଁ ଟ୍ରାୟ ସାଇକେଲ ଯୋଗାଇ ଦେଉଥିଲେ ମଧ୍ୟ , ଚନ୍ଦ୍ରକାନ୍ତଙ୍କ ପାଇଁ ଏହା ଅପହଞ୍ଚ ହୋଇ ରହିଛି।
ଟ୍ରାଇ ସାଇେକେଲଟିଏ ପାଇଁ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କହିଥିବା ବେଳେ,ତାକଂକଥା କୁ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି । ଏସମ୍ପର୍କେର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିୟରଞ୍ଜନ ସାହୁଙ୍କ କହିବା ଅନୁଯାୟୀ ଏ ପର୍ଯ୍ୟନ୍ତ ସେ ଭଳି ଅଭିେଯାଗ ଆସିନାହିଁ। ଟ୍ରାଇ ସାଇେକଲ ମହଜୁଦ୍ ଥିବାବେଳ ଖୁବଶିଘ୍ର ଆବଶ୍ୟକ କାଗଜପତ୍ର ଆଣି ଦେଲେ ,ସାଇେକେଲ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment