BREAKING
Loading...
:

ଏଣିକି ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ....

 ଏଣିକି ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ....

କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି। ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍‍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ ବିଧାନ କରାଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ସେବା ପାଇଁ ପରିଚାଳିତ ହେଉଥିବା ପରୀକ୍ଷାରେ ଯଦି କେହି ଅସାଧୁ ଉପାୟ ଆପଣାଉଛନ୍ତି ତେବେ ତାଙ୍କ ପାଇଁ ୫ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ବ୍ୟବସ୍ଥା କରିଛନ୍ତି ସରକାର।


ଏନେଇ ରାଜ୍ୟ କ୍ୟାବିନେଟ୍‍ରେ ଆସିଥିବା ପ୍ରସ୍ତାବକୁ ଆଜି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶା ସିଭିଲ୍‍ ସର୍ଭିସ ହେଉ ବା କୌଣସି ସବଅର୍ଡିନେଟ୍‍ ଷ୍ଟାଫ ସମସ୍ତଙ୍କ ନିଯୁକ୍ତି କ୍ଷେତ୍ରରେ ଏହି ନିୟମାବଳୀକୁ କଠୋର କରାଯିବ। ଏହାଦ୍ୱାରା ପରୀକ୍ଷା କ୍ଷେତ୍ରରେ ଅସାଧୁ ଉପାୟକୁ ରୋକାଯାଇପାରିବ। 


ନୂଆ ନିୟମାବଳୀ ଅନୁସାରେ ଅସାଧୁ ଉପାୟ ଆପଣାଉଥିବା ପରୀକ୍ଷାର୍ଥୀଙ୍କ ଲାଗି ୫ ବର୍ଷର ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ଯଦି ଏହା କୌଣସି ପରୀକ୍ଷା ନିୟନ୍ତ୍ରଣ କରୁଥିବା ସଂସ୍ଥା ହୁଏ ତ ଏହି ଜରିମାନା ୧ କୋଟିକୁ ପହଞ୍ଚିବା ସହ ସମ୍ପୃକ୍ତ ଏଜେନ୍ସୀକୁ କୌଣସି ପରୀକ୍ଷା ପରିଚାଳନା ଲାଗି ପ୍ରତିବନ୍ଧକ ଜାରି କରିବାକୁ ମଧ୍ୟ କ୍ୟାବିନେଟ୍‍ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଗଲା କିଛିଦିନ ହେଲା ରାଜ୍ୟରେ କିଛି ସଂସ୍ଥା ପରୀକ୍ଷା ପରିଚାଳନାରେ ବ୍ୟପକ ଅନିୟମିତତା କରିଥିବା ଦର୍ଶାଯାଇଥିଲା। ଏପରିକି ଏହାକୁ କେନ୍ଦ୍ର କରି ପରୀକ୍ଷା ବୋର୍ଡ ଆଗରେ ବିକ୍ଷୋଭ ଦେଖିବାକୁ ମିଳିଛି। ଏବେ କ୍ୟାବିନେଟ୍‍ଙ୍କ ଏହି ପ୍ରସ୍ତାବ ଅନୁମୋଦନ ଆଗକୁ କଡ଼ାକଡ଼ି ନିୟମ ପାଳନକୁ ଗୁରୁତ୍ୱ ଦେଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS