ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର |
କଟକ ( ମଣିଭଦ୍ରା ଖବର) ପୁଣି ଖାଉଟିଙ୍କୁ ବଡ଼ ଝଟ୍କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ #ଏଲ୍ପିଜି #ଗ୍ୟାସ୍ #ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ଏଲପିଜି ମୂଲ୍ୟ ବୁଧବାର ୬୨ଟଙ୍କା ବୃଦ୍ଧି ହୋଇଛି। ଆଜିଠୁ ବର୍ଦ୍ଧିତ ସିଲିଣ୍ଡର ଦର ୧,୮୦୨ ଟଙ୍କା ଲାଗୁ ।
କୋଲକତାରେ ଏହା ପୂର୍ବରୁ ୧୮୫୦.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୯୧୧.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପୂର୍ବରୁ ୧୬୯୨.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ସିଲିଣ୍ଡର ଦାମ ୧୯୦୩ ଟଙ୍କାରୁ ବୃଦ୍ଧି ପାଇ ୧୯୬୪ ଟଙ୍କାରେ ପହଞ୍ଚିଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment