BREAKING
Loading...
:

ରେଳ ଧାରଣାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର

 ରେଳ ଧାରଣାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର 

କେନ୍ଦ୍ରାପଡ଼ା(ମଣିଭଦ୍ରା ଖବର)

କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଠାରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଗତକାଲି ଭୋରୁ ଠାବ ହୋଇଛି । ରେଳ ଧାରଣା ଉପରେ ଯୁବକଙ୍କ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ସଦର ପୋଲିସ ଷ୍ଟେସନ କୁ ଖବର ଦିଆଯାଇଥିଲା । ମୃତ ଯୁବକ ଜଣକ ଘର ଚାନ୍ଦୋଳ ପଞ୍ଚାୟତ ଭଣଗାଁ ଗ୍ରାମର ଦୁର୍ଗା ପ୍ରସାଦ ସାହୁ ବୋଲି ଜଣା ପଡିଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ପାରିବାରିକ କଳହ ଯୋଗୁଁ ଦୁର୍ଗା ପ୍ରସାଦ ଗତ ଶୁକ୍ରବାର ଦିନ ଘରୁ ରାଗିକି ପଳାଇ ଆସିଥିଲେ । ମୃତଦେହ ନିକଟରୁ ଯୁବକର ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ଉଦ୍ଧାର କରିଛି ସ fcଦର ପୋଲିସ । ପରେ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି 

Post a Comment

Previous Post Next Post
Header ADS