BREAKING
Loading...
:

ବାହୁଦା ନଦୀ ଶଯ୍ୟାରୁ ବେଆଇନ ବାଲି ଚାଲାଣ ;ପ୍ରଶାସନ ସବୁଜାଣି ଚୁପ୍

 *ବାହୁଦା ନଦୀ ଶଯ୍ୟାରୁ ବେଆଇନ ବାଲି ଚାଲାଣ ;ପ୍ରଶାସନ ସବୁଜାଣି ଚୁପ୍

ଭୁବନେଶ୍ଵର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା ଚିକିଟି ଦିଗପହଣ୍ଡି ମଧ୍ଯରେ ବହି ଯାଉଥ‌ିବା ବାହୁଦା ନଦୀ ଶଯ୍ୟାରୁ ପ୍ରଶାସନ ସାଙ୍ଗକୁ ଖଣି ବିଭାଗକୁ ଖୋଲା ଚାଲେଞ୍ଜ ଦେଇ ସ୍ଵଷ୍ଟ ଦିବାଲୋକରେ ମାଫିଆ ବେଧଡକ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି । କେନୂଆ ଗାଁ ଥାନା ଅଧିନ ଦିଗପହଣ୍ଡି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦୋରା ଗ୍ରାମରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ଶତାଧିକ ଟ୍ରାକ୍ଟର ସାଙ୍ଗକୁ ଟିପ୍ପରରେ ବାଲି ଅହ ରହ ଭାବେ ଚାଲାଣ ଚାଲିଛି । ତାହା ପୁଣି ନଦୀର ଏକ କିଲମିଟର ବ୍ୟାପୀ ଶଯ୍ୟାରୁ । ଟୁକୁନା ରଥ ଓ ଭାଗ୍ୟ ପ୍ରଧାନ ଓରଫ ଟିକି ଏହି ଦୁଇଜଣ ଉକ୍ତ ନଦୀ ଶଯ୍ୟାରୁ ବେଆଇନ ବାଲି ଚାଲାଣ କରୁଥିବା ଜଣାପଡିଛି । ଏମାଙ୍କର କୌଣସି କାଗଜପତ୍ର ନଥିବା ଶୁଣିବାକୁ ମିଳୁଛି । ପ୍ରଶାସନ ସବୁ ଜାଣି ଚୁପ୍ ରହିଥିବା ବେଳେ ପୁଲିସ ମଧ୍ୟ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି । ଏବେ ପ୍ରଶାସନ ଓ ପୁଲିସ କିଛି ପଦକ୍ଷେପ ନେଉଛନ୍ତି ନା ପୁଣି ନିରବଦ୍ରଷ୍ଟା ସାଜୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS