BREAKING
Loading...
:

ଶାଗବାରିଆ ଗ୍ରାମ ଢ଼ଳେଇ କାମକୁ ନେଇ କୁହୁଳୁଛି ଅସନ୍ତୋଷ ।*

 *ଶାଗବାରିଆ ଗ୍ରାମ ଢ଼ଳେଇ କାମକୁ ନେଇ କୁହୁଳୁଛି ଅସନ୍ତୋଷ ।*

ଭୁବନେଶ୍ଵର (ମଣିଭଦ୍ରା ଖବର) ତିର୍ତ୍ତୋଲ ବ୍ଳକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ଶଗବାରିଆ ଗ୍ରାମର ଏକ ଢ଼ଳେଇ ରାସ୍ତା କାମକୁ ନେଇ କୁହୁଳୁଛି ଜନ ଆସନ୍ତୋଷ । ସରପଞ୍ଚ ଙ୍କ ଛତ୍ରଛାୟା ତଳେ ରହି ଏକ ନିର୍ଦ୍ଧିଷ୍ଟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାମ ପାଇଁ ସରପଞ୍ଚ ଙ୍କୁ ମୋଟା ଅଙ୍କର ପିସି ନେଇ କାମ ହାତେଇଥିବା ନେଇ ପଞ୍ଚାୟତ ରେ ଦିବିଡ଼ିବି ବାଜୁଛି ! କାଳେ ଏହି କାମ ନିମ୍ନ ମାନର ହୋଇଥିବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା କୁ ଖୋରାକ ଯୋଗାଇଛି । ଭାଗମାପ କମିଥିବା ଓ ନନଟ୍ରେଡ଼ ସିମେଣ୍ଟ ରେ କାମ ହୋଇଥିବା ନେଇ ଗ୍ରାମର କିଛି ମହିଳା କାମ ନିକଟରେ ଅନସନ କରିଥିବା ବେଳେ, ଏକ ଦଳିତ ଯୁବକ ଉନ୍ମତ ତାଣ୍ଡବ କରିଥିଲେ ବୋଲି ଶୁଣିବାକୁ ମିଳୁଛି । ଏହି କାମକୁ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ତଦାରଖ କରିବାକୁ ଆସିନଥିବା ବେଳେ କେଉଁ ଆଧାରରେ ଠିକାଦାର କାମ କଲା ତାକୁ ନେଇ ଏବେ ବ୍ଳକ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଖାଯାଉ ଏହି କାମ ଦୁଇ ଲକ୍ଷ୍ୟ ଅଶୀ ହଜାର ଟଙ୍କା ଥିବା ବେଳେ କେତେ ଵିଲ ହେଉଛି ଓ ସରପଞ୍ଚ ଓ ବ୍ଳକ ପ୍ରଶାସନ ର ଭାଗ କେତେ ପଡୁଛି ଦେଖିବାକୁ ବାକି ରହିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS