BREAKING
Loading...
:

ବିଶ୍ଵଶାନ୍ତି ନିମନ୍ତେ ୧୦୦୮ କଳସ ଯାତ୍ରା ଏବଂ ୨୧ କୁଣ୍ଡିୟ ଯଜ୍ଞ ଭଞ୍ଜନଗର ରେ ଅନୁଷ୍ଠିତ ହୋଇଯାଇଛି

 ବିଶ୍ଵଶାନ୍ତି ନିମନ୍ତେ ୧୦୦୮ କଳସ ଯାତ୍ରା ଏବଂ ୨୧ କୁଣ୍ଡିୟ  ଯଜ୍ଞ  ଭଞ୍ଜନଗର ରେ ଅନୁଷ୍ଠିତ ହୋଇଯାଇଛି।

ଭଞ୍ଜନଗର (ମଣିଭଦ୍ରା ଖବର) ବିଶ୍ଵଶାନ୍ତି ନିମନ୍ତେ ଭଞ୍ଜନଗର କୃଷକ ବଜାର କମିଟି ପରିସରରେ  ୨୧ କୁଣ୍ଡିୟ  ବିଶ୍ଵଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୧୦୦୮ କଳସ ଯାତ୍ରା ରଘୁନାଥ ମନ୍ଦିର ନିକଟସ୍ଥ ଲୋହରା ଖଣ୍ଡି ନଦୀ ରୁ ପୂର୍ଣ୍ଣ କଳସ ଧରି ମେନ ରୋଡ, ବସ  ଷ୍ଟାଣ୍ଡ, ହନୁମାନ ମନ୍ଦିର ଦେଇ କୃଷକ ବଜାର କମିଟି ଠାରେ ପହଞ୍ଚି ଥିଲେ ଏବଂ ସେଠାରେ ବିଭିନ୍ନ ଜିଲ୍ଲା ରୁ ଏବଂ ରାଜ୍ଯ ବାହାରୁ ଆସିଥିବା ବିଜ୍ଞ ପଣ୍ଡିତ ତଥା ମୁନିରୁଷି ମାନଙ୍କ ଦ୍ଵାରା କଳସ ସ୍ଥାପନ କରାଯାଇଥିଲା, ତା ସହିତ ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ , ଗୋଯଜ୍ଞ, ନାମ ଏବଂ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବହୁ ଦୂର ଦୂରାନ୍ତ ରୁ ଆଧ୍ୟାତ୍ମିକ ପ୍ରେମୀ ଏବଂ ଶ୍ରଦ୍ଧାଳୁ ମାନଙ୍କ ସୁଅଛୁଟିଥିଲା ଯଜ୍ଞ ରେ ସାମିଲ ହେବା ପାଇଁ, ଏହା ସହିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଙ୍କ  ଦ୍ଵାରା ଏବଂ ଆୟୋଜକ କମିଟି, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ  ସହଯୋଗ କରିଥିଲେ,  ଏହା ସହିତ ଫୁଲବାଣୀ ବିଧାୟକ, ବୌଦ୍ଧ ବିଧାୟକ ଯୋଗ ଦେଇଥିଲେ । ସ୍ଥିତି ନିମନ୍ତ୍ରଣ ପାଇଁ  ପୋଲିସ ବିଭାଗ , ସ୍ୱାସ୍ଥ୍ୟ ବିଭାଗ, ଏବଂ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ଯଜ୍ଞ ର ସବୁଠୁ ମନୋହର ଦ୍ରୁଶ୍ୟ ଥିଲା ଶ୍ରୀ ଜଗନ୍ନାଥ ଙ୍କ ୩୨ ବେଶ ର ଦର୍ଶନ ଭକ୍ତମାନଙ୍କୁ ବିମୋହିତ କରିଦେଇଥିଲା ଏବଂ ପୁରା ଭଞ୍ଜନଗର ଆଧ୍ୟାତ୍ମିକ ପରିବେଶ ସୃଷ୍ଠି  ହୋଇଯାଇଥିଲା। ସୂଚନା ମୁତାବକ ଏହି ଭଲି ବଡ ଧରଣର ଯଜ୍ଞ ଓଡିଶା ର ପ୍ରଥମ ବୋଲି କୁହାଯାଉଅଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS