BREAKING
Loading...
:

ନିମାପଡା ଗୋପ ବ୍ଲକ ମଣ୍ଡଳ ସ୍ଥରୀୟ ବିଜ୍ଞାନ, ଗଣିତ ଓ ପରିବେଶ -୨୦୨୪-୨୫ ବିଜ୍ଞାନ ମେଳା ଅନୁଷ୍ଠିତ

 ନିମାପଡା ଗୋପ ବ୍ଲକ ମଣ୍ଡଳ ସ୍ଥରୀୟ ବିଜ୍ଞାନ, ଗଣିତ ଓ ପରିବେଶ -୨୦୨୪-୨୫ ବିଜ୍ଞାନ ମେଳା ଅନୁଷ୍ଠିତ ।ଯୋଗଦେଲେ ଉପମୁଖମନ୍ତ୍ରୀ ଓ ବିଧାୟକ ।

ଭୁବନେଶ୍ଵର (ମଣିଭଦ୍ରା ଖବର) ପୁରୀ ଜିଲ୍ଲା ନିମାପଡା ଓ ଗୋପ ବ୍ଲକର ମଣ୍ଡଳ ସ୍ଥରୀୟ ବିଜ୍ଞାନ ଗଣିତ ଓ ପରିବେଶ -୨୦୨୪ /୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନୟା ହାଟ ହାଇସ୍କୁଲରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ଯୋଗଦେଇ ଉଦଘାଟନ କରିବା ପରେ ଉକ୍ତ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କୁନି ବୈଜ୍ଞାନିକ ମାନେ ଆଣିଥିବା ବିଜ୍ଞାନ ପ୍ରୋଜେକ୍ଟ ବୁଲି ଦେଖିଥିଲେ । ଅପରାହ୍ନରେ  ମୁଖ୍ୟ ଅତିଥି ଓଡିଶା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ ବିଜ୍ଞାନ ମେଳା କୁ ଉଦଯାପିତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ୍ଣ ହୋଇଥିଲା ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଏହି ବିଜ୍ଞାନ ମେଳା ସଭାରେ ଗୋପ ବ୍ଲକ ଉପାଦକ୍ଷ ବନରଞ୍ଜନ ପଟନାୟକ ସହିତ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିବା ବେଳେ ଶିକ୍ଷକ ସରୋଜ କୁମାର ମିଶ୍ର ସଭା ପରିଚାଳନା କରିଥିଲେ । 

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS