BREAKING
Loading...
:

ସାମନ୍ତରାୟ ମହାବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ

ସାମନ୍ତରାୟ ମହାବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳିତ 

 


ଗଣିଆ( ମଣିଭଦ୍ରା ଖବର) ୧୫ ନଭେମ୍ବର ୨୦୨୪ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଡଃ. ଆର୍. ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଠାରେ ଜନଜାତି ଗୌରବ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ମଳୟ କୁମାର ପଣ୍ଡା ମହୋଦୟ ଏବଂ ସାମାଜିକ ବିଜ୍ଞାନ ର ଅଧ୍ୟାପକ ଶ୍ରୀମାନ ଆଶିଷ କୁମାର ଧଳ ମହୋଦୟ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୀବନୀ ଓ ସ୍ଵାଧୀନତା ସଂଗ୍ରାମ ରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ବନ୍ଧ ରେ ଅନେକ ପ୍ରେରଣାଦାୟୀ ତଥ୍ୟ ପ୍ରଦାନ କରିଥିଲେ। ଏବଂ ପରବର୍ତ୍ତୀ ସର୍ତ୍ର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିର୍ସା ମୁଣ୍ଡା ଙ୍କ ଜୀବନୀ କୁ ନେଇ ସାଧାରଣ ଜ୍ଞାନ ପରୀକ୍ଷା ପ୍ରତିଯୋଗିତା କରାଯାଇ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ବିତରଣ କରାଯାଇଥିଲା। 



ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ଓ ତଥ୍ୟ ପୂର୍ଣ୍ଣ ଏକ ଭିଡିଓ ପରିବେଷଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ମାତୃକା ର ସେବା ନିମିତ୍ତ ଉତ୍ସାହିତ କରାଯାଇଥିଲା। ପରବର୍ତ୍ତୀ ସର୍ତ୍ର ରେ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ର ବାର୍ତ୍ତା ପ୍ରଦାନ କରାଯାଇଥିଲା। ପରିଶେଷ ରେ ସମସ୍ତଙ୍କୁ ମିଷ୍ଠାନ ଓ ସୂକ୍ଷ୍ମ ପାନୀୟ ବିତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

أحدث أقدم
Header ADS