ଆରମ୍ଭ ହେବାକୁ ଯାଉଛି ଜନଗଣନା, ଜାଣନ୍ତୁ ପ୍ରଶ୍ନରେ ପଚରାଯିବ କ'ଣ, ଦେଖାଇବାକୁ ହେବ କେଉଁସବୁ କାଗଜପତ୍ର?
ଯେତେବେଳେ ଜନଗଣନା ଆରମ୍ଭ ହେବ ସେତେବେଳେ ସରକାରୀ ଅଥବା ଘରୋଇ ସଂସ୍ଥାର କର୍ମଚାରୀ ଆପଣଙ୍କ ଘରକୁ ଆସିବେ। ସେ ଆପଣଙ୍କ ପରିବାର ସମ୍ପର୍କିତ କିଛି ପ୍ରଶ୍ନ ପଚାରିବେ। ଯେପରିକି ଆପଣଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ, ପରିବାର ସଦସ୍ୟଙ୍କ ନାମ, ବୟସ, ଲିଙ୍ଗ ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ। ଏଥିରେ ପରିବାରର ମାସିକ ଓ ବାର୍ଷିକ ଆୟ ସମ୍ପର୍କରେ ମଧ୍ୟ ଜନଗଣନା ଅଧିକାରୀ ପ୍ରଶ୍ନ କରିବେ। ସବୁ ପ୍ରଶ୍ନ ଆପଣଙ୍କୁ ଠିକ୍ ଠିକ୍ ଉତ୍ତର ଦେବାକୁ ପଡିବ।
ଏହି ପ୍ରକ୍ରିୟା ନିମନ୍ତେ ଆପଣଙ୍କୁ ସେପରି କୌଣସି ଖାସ୍ କଗଜପତ୍ର ଦେବାକୁ ବା ଦେଖାଇବାକୁ ପଡିବ ନାହିଁ। ତେବେ ଆପଣଙ୍କ ଭୋଟର କାର୍ଡ ବା ଆଧାର କାର୍ଡ ମାଗି ପାରନ୍ତି। ଏଣୁ ଏହି ଦୁଇ କାଗଜପତ୍ରକୁ ପ୍ରସ୍ତୁତ ରଖିଥିବେ। କିଛି ଲୋକ ଏହି ପ୍ରକ୍ରିୟା ଆରମ୍ଭ ହେବା ଯୋଗୁ ଏନଆରସି ଲାଗି ସନ୍ଦେହ କରୁଛନ୍ତି। ତେବେ କେନ୍ଦ୍ର ସରକାର ଏ ବାବଦେ ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ଏହା ଏକ ନିୟମିତ ପ୍ରକ୍ରିୟା ଓ ଏହା ସହିତ ସିଏଏ ଅଥବା ଏନଆରସିର କୌଣସି ସମ୍ପର୍କ ନାହିଁ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق