ରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ
କଟକ (ମଣିଭଦ୍ରା ଖବର) ରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ୧ରୁ ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ର ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ନଭେମ୍ବର ୧ ତାରିଖରୁ ସାରା ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ଲାଗି ମହାସଂଘ ଧମକ ଦେଇଛନ୍ତି ।
ମାନସ କୁମାର ସାହୁ, କଟକ
Post a Comment