BREAKING
Loading...
:

ସି.ପି.ଆଇ.(ଏମ) ର ସାଂଗଠନିକ ସମ୍ମିଳନୀ

 ସି.ପି.ଆଇ.(ଏମ) ର ସାଂଗଠନିକ ସମ୍ମିଳନୀ ।

ଦଶପଲ୍ଲା (ମଣିଭଦ୍ରା ଖବର) ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି(ମର୍କ୍ସବାଦୀ) ର ଦଶପଲ୍ଲା ଆଞ୍ଚଳିକ ସମ୍ମିଲନୀ ମଧ୍ୟଖଣ୍ଡ ପଞ୍ଚାୟତର  ମହାନ୍ତିପଲି ଠାରେ ଅନୁଷ୍ଠିତ ହୋଯାଇଅଛି। ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଥମେ ପାର୍ଟିର ଲାଲ ପତାକାକୁ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ବେହେରା କର୍ମୀ ମାନଙ୍କ ଗହଣରେ ଉତ୍ତୋଳନ କରିଥିଲେ। ସମସ୍ତ କର୍ମୀ ସହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀକୁ ପାର୍ଟିର ବରିଷ୍ଠ ନେତା ବିଶ୍ବନାଥ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ତାଙ୍କର ଉଦ୍ଘାଟନୀ ବକ୍ୟାବ୍ୟରେ ଭାରତ ବର୍ଷର ସ୍ଵାଧୀନତା ଆନ୍ଦୋଳନ ବେଳୁ ସ୍ଵାଧୀନୋତ୍ତର ଭାରତ ବର୍ଷରେ କମ୍ୟୁନିଷ୍ଟ ମାନଙ୍କର ତ୍ୟାଗପୁତ୍ତ ସଂଗ୍ରାମ ବିଷକୁ ବର୍ଣ୍ଣନା କରିବା ସହିତ ଆଜିର କଠିନପରିସ୍ଥିତିରେ କମ୍ୟୁନିଷ୍ଟ ମାନଙ୍କର ଦାୟିତ୍ଵ ଆହୁରି ବଢ଼ିଯାଇଛି ବୋଲି କହିଥିଲେ।ଏଥିପାଇଁ ସମସ୍ତେ ନିଃସ୍ଵାର୍ଥପର ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ। ଆଞ୍ଚଳିକ କମିଟି ସଂପାଦକ ବ୍ରଜବନ୍ଧୁ ପ୍ରଧାନ ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କଲାପରେ ଏହା ଉପରେ ପ୍ରତିନିଧି ମାନେ ଆଲୋଚନା କରି ରିପୋର୍ଟକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଏହାପରେ ଏକ ନୂତନ ଆଞ୍ଚଳିକ କମିଟି ଗଠନ କରାଗଲା ।ଉକ୍ତ କମିଟିର ସମ୍ପାଦକ ଭାବରେ ବିପିନ କୁମାର ବାଜୁ ନିର୍ବାଚିତ ହୋଇଥିଲେ। ଏହିସମ୍ମିଲାନିକୁ ଜୟନ୍ତୀ ଦାସ ଓ ବିପିନ ବିହାରୀ ବାଜୁ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସମ୍ପାଦକ ଶରତ ବେହେରା ଉଦଯାପନୀ ବକ୍ତବ୍ୟ ଦେଲାପରେ ସମ୍ମିଳନୀକୁ ସମାପ୍ତି ଘୋଷଣା କରାଗଲା ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

أحدث أقدم
Header ADS