ଜବର ଦଖଲ ଉଛେଦ ବେଳେ ଦ୍ୱନ୍ଦ୍ୱ ନରହୁ... ତହସିଲଦାରଙ୍କୁ ପ୍ରଶିକ୍ଷଣ ଦେବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ...
ଭୁବନେଶ୍ଵର (ମଣିଭଦ୍ରା ଖବର) ଜବର ଦଖଲ ଉଛେଦ ବେଳେ ଦ୍ୱନ୍ଦ୍ୱ ନରହୁ । ଉଛେଦ ସମ୍ପର୍କିତ ନୋଟିସ ବାବଦରେ କର୍ମଚାରୀଙ୍କୁ ଟ୍ରେନିଂ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏମିତିକି ତହସିଲଦାରଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଅ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ଏପରି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନା ଥାଉକି, ଜବର ଦଖଲ ଉଛେଦ ନୋଟିସ ବାବଦରେ ବି ପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାସକ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଲେ ହାଇକୋର୍ଟ । ଅନ୍ଲାଇନ ଜରିଆରେ ପ୍ରଶିକ୍ଷଣ ଦେବାକୁ ନିର୍ଦେଶ ଦେଲେ ହାଇକୋର୍ଟ। ଜବର ଦଖଲ ଉଛେଦ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment