BREAKING
Loading...
:

ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଶ୍ରୀକାନ୍ତ

ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଶ୍ରୀକାନ୍ତ 

 (ମଣିଭଦ୍ରା ଖବର) କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନାନପୁର ଗ୍ରାମର କେଶବ ସାମଲଙ୍କ ଧର୍ମ ପତ୍ନୀ ବିଗତ ଦଶ ଦିନ ହେବ ଦେହାନ୍ତ ହୋଇଥିଲା । ବଡ ଦୁର୍ଭାଗ୍ୟର ର କଥା କେଶବ ସାମଲ ଙ୍କର ଦୁଇଟି ପୁଅ ଜଣେ ଦୁଇ ବର୍ଷ ଓ ଅନ୍ୟ ଜଣେ ଚଉଦ ବର୍ଷ ଦଶମ ଶ୍ରେଣୀ ରେ ପଢୁଛନ୍ତି । ଏହି ଦୁଖଃଦ ଖବର ପାଇ ସୁଦୂର ଆମେରିକା ରେ ଥିବା ଶ୍ରୀକାନ୍ତ ନାୟକ ଙ୍କ ସହ ପ୍ରୟାଗ ଖବର ର ଟିମ ଯୋଗାଯୋଗ କରିଥିଲେ । ଏହି ଖବର ଶୁଣିବା ପରେ ଶ୍ରୀକାନ୍ତ ସାର, ହେମନ୍ତ ଭାଇ ଓ ପ୍ରୟାଗ ଖବର ଟିମ ନାନପୁର ଗ୍ରାମ ରେ ପହଂଚି ଦୁଃଖୀ ପରିବାର କୁ କିଛି ଆର୍ଥିକ ସାହାଯ୍ୟ କରିବା ସହ ଆଗକୁ କି ପରି ଦଶମ ଶ୍ରେଣୀ ରେ ପଢ଼ୁଥିବା ପିଲାଟିର ଭଲ ଭବିଷ୍ୟତ ଗଢି ହେବ ବୋଲି ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରିବାର କୁ ସାହାଯ୍ୟ ସମୟରେ ଉକ୍ତ ଗ୍ରାମର କେଶବ ଭାଇ, କ୍ଷେତ୍ର ବାସୀ ଭାଇ,ବିଶାଳ ଭାଇ, ସହ ଗ୍ରାମର ଝିଅ ରୁବି କାଣ୍ଡି ଉପସ୍ଥିତ ଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS