BREAKING
Loading...
:

ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

 ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

 


ଗଣିଆ (ମଣିଭଦ୍ରା ଖବର) ୩୧ ଅକ୍ଟୋବର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଡଃ. ଆର୍. ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡଃ. ବିଜୟ କୁମାର ଦାସ, ସମ୍ମାନନୀୟ ଅତିଥି ଡଃ. ଶ୍ରୀକାନ୍ତ କୁମାର ସେଠୀ, ମୁଖ୍ୟ ବକ୍ତା ଶ୍ରୀମନ୍ ଦେବାଶିଷ ନାୟକ ଓ ଅତିଥି ଓଡ଼ିଆ ଅଧ୍ୟାପକ ଶ୍ରୀ ଜିତେନ୍ କୁମାର ପାଣିଗ୍ରାହୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ପ୍ରେରଣାଦାୟୀ ତଥ୍ୟ ପ୍ରଦାନ କରିଥିଲେ। ଏବଂ ପରବର୍ତ୍ତୀ ସର୍ତ୍ର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର ପ୍ରତିଯୋଗିତା କରାଯାଇଥିଲା। 

ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ଓ ତଥ୍ୟ ପୂର୍ଣ୍ଣ ଏକ ଭିଡିଓ ପରିବେଷଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ସେବା ନିମିତ୍ତ ଉତ୍ସାହିତ କରାଯାଇଥିଲା। ପରିଶେଷ ରେ  ଅଂଶଗ୍ରହଣକାରୀ ମାନଙ୍କୁ ମିଷ୍ଠାନ ଓ ସୂକ୍ଷ୍ମ ପାନୀୟ ବିତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS