*ବାତ୍ୟାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମୀକ୍ଷା ।
ଭୁବନେଶ୍ଵର ( ମଣିଭଦ୍ରା ଖବର) ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଛି ରାଜନଗର ଓ ରାଜକନିକା ବ୍ଲକ ସେହି ସ୍ଥାନରେ ଅଧିକ ଦିନ ହେବ ରିଲିଫ ପରିଚାଳନା । ବାତ୍ୟା ପରେ ରାସ୍ତାଘାଟ ଅବରୋଧ ମୁକ୍ତ କରିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ ପ୍ରଶାସନର ଲକ୍ଷ୍ୟ ଚାଷ କ୍ଷୟ କ୍ଷତିର ହେବ ଆକଳନ*।
*ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲାର ରାଜନଗର ଓ ରାଜକନିକା ବ୍ଲକରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ ବୋଲି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି l ତେବେ ବାତ୍ୟା ପରେ ତୁରନ୍ତ ରାସ୍ତାଘାଟ ଅବରୋଧ ମୁକ୍ତ କରିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ କରିବାକୁ ପ୍ରଶାସନ ପ୍ରାଥମିକତା ଦେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୁଚନା ଦେଇଛନ୍ତି l ତେବେ ବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଚାଷ କ୍ଷୟକ୍ଷତି ଆକଳନ କରାଯିବ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق