*ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୁତ୍ତ*
ଭୁବନେଶ୍ଵର (ମଣିଭଦ୍ରା ଖବର) ବେଗୁନିଆପଡା ଥାନା ନଛିପୁର ଛକ ନିକଟରେ ଭଗବାନ ପରିଡା ନାମକ ଜଣେ ଯୁବକକୁ ଦୁର୍ବୁତ୍ତମାନେ ହାଣିଥିବା ଜଣାପଡିଛି । ଭଗବାନ ନିଜ ଘର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭାକୁଟୀଡିହ ଗ୍ରାମକୁ ଫେରୁଥିବା ବେଳେ ନଛିପୁର ଛକ ନିକଟରେ କିଛି ଦୁର୍ବୁତ ହାଣିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇଁ ପୁଲିସ ମେଡ଼ିକାଲରେ ପହଁଞ୍ଚି ଗୁରୁତରଙ୍କ ବୟାନ ରେକର୍ଡ କରିଥିବା ସୂଚନା ରହିଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment