BREAKING
Loading...
:

ମିଟିକାପୁର ଗ୍ରାମରେ ଲୁଚକାଳି ଖେଳୁଛି ମୋବାଇଲ୍ ନେଟୱାର୍କ ସମସ୍ୟା :ଫଳରେ ରାସ୍ତା ଉପରେ ଚାଲିଛି ପିଲାଙ୍କ ପାଠପଢା : ସାଧାରଣରେ ଅସନ୍ତୋଷ

 ମିଟିକାପୁର ଗ୍ରାମରେ ଲୁଚକାଳି ଖେଳୁଛି ମୋବାଇଲ୍ ନେଟୱାର୍କ ସମସ୍ୟା :ଫଳରେ ରାସ୍ତା ଉପରେ ଚାଲିଛି ପିଲାଙ୍କ ପାଠପଢା : ସାଧାରଣରେ ଅସନ୍ତୋଷ 

ନରସିଂହପୁର : (ମାନସ କୁମାର ସାହୁ ) ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମପଞ୍ଚାୟତ ମିଟିକାପୁର ଗ୍ରାମରେ ଦୀର୍ଘଦିନ ହେବ ଲାଗିରହିଛି ନେଟୱାର୍କ ସମସ୍ୟା | ଛାତ୍ର ଛାତ୍ରୀ ମାନେ ଅନଲାଇନ କ୍ଲାସ କରିବା ଅନ୍ୟସହ ଫୋନ ରେ କଥା ହେବା ବ୍ୟାଙ୍କ କାମ ହେଉ ସ୍କୁଲ କାମ ପୋଷ୍ଟ ବା ଆଧାର ଲିଙ୍କ ପ୍ରତେକ କାମରେ ଅସୁବିଧା ଭୋଗୁଛନ୍ତି | ଗ୍ରାମର କୌଣସି ଲୋକ ରୋଗରେ ପଡିଲେ କିମ୍ବା କୌଣସି ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଲେ ଆମ୍ବୁଲାନ୍ସ ଦରକାର ପଡୁଛି. କିନ୍ତୁ ମିଟିକାପୁର ଗ୍ରାମରେ ଉଚିତ ନେଟୱାର୍କ ର ସୁବିଧା ନଥିବାରୁ ଠିକ ସମୟରେ ଯୋଗାଯୋଗ ହୋଇପାରୁନି | 

ଦୁଇ ତିନି କିଲୋମିଟର ଦୂର ପାହାଡ ଉପରେ ଯାଇ ନେଟୱାର୍କ ସ୍ଥାନ ଖୋଜିବାକୁ ପଡି ଥାଏ ତେବେ ଯାଇ ଆମ୍ବୁଲାସ ସହ ଯୋଗାଯୋଗ କରିବାକୁ ପଡେ. ଏପରି ସ୍ଥିତିରେ ମେଡିକାଲ ଯିବା ବାଟରେ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ହେଉଛି | କୌଣସି ବିକଳ୍ପ ନଥିବାଯୋଗୁଁ ବାଧ୍ୟ ହୋଇ ଜୀବନକୁ ବାଜି ଲଗେଇ ପାହାଡର ଶୀର୍ଷ ମୁଣ୍ଡରେ ଛଡିବାକୁ ପଡୁଛି । ତାହା ଭିତରେ ମଧ୍ୟ ନେଟୱାର୍କ ଲୁଚକାଳି ଖେଳିଥାଏ । କେତେ ବେଳେ ଆସୁଥାଏ ତ କେତେ ବେଳେ ନାହିଁ । ଏହି ପରିସ୍ଥିତିରେ ଦିନ ତମାମ ନ ଖାଇ ନେଟୱାର୍କ ଅପେକ୍ଷାରେ ରହିବାକୁ ପଡିଥାଏ । ଖରା ଦିନରେ କିଏ ଗଛରେ. ତ କିଏ ପାହାଡ଼ରେ ଯାଇ କଷ୍ଟେ ମଷ୍ଟେ କାମ ଚଳେଇଥାନ୍ତି ହେଲେ ବର୍ଷା ଦିନ ଆସିଲେ କଥା ସରିଲା ନା ଗଛରେ ଚଢି ହେବ ନା ପାହାଡ଼ରେ ଚଢି ହେବ ଏହି ପରି ଦୁର୍ବିସହ ଜୀବନ ବିତୁଛି ଅଞ୍ଚଳ ବାସୀଙ୍କର । ଯଦି ସରକାର କିମ୍ବା ବ୍ଲକ ପ୍ରଶାସନ ତରଫରୁ ନେଟୱାର୍କ ର ସୁବିଧା ଉଚିତ ଯୋଗ୍ୟରେ ଦେବେ ତା ହେଲେ ଦୁର୍ବିସହ ଜୀବନରୁ ବଂଚିତ ହୋଇ ପାରନ୍ତେ ବୋଲି ବୁଦ୍ଧିଯିବି ମତ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS