BREAKING
Loading...
:

ଫତେଗଡରେ ଯୁବତୀଙ୍କୁ ଗଣଦୁଷ୍କର୍ମ,୩ ଅଟକ

 ଫତେଗଡରେ ଯୁବତୀଙ୍କୁ ଗଣଦୁଷ୍କର୍ମ,୩ ଅଟକ

ନୟାଗଡ଼(ମଣିଭଦ୍ରା ଖବର) ନିଜ ପ୍ରେମିକ ଆଗରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ କରିବା ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗ ପାଇବା ପରେ ଫତେଗଡ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଫତେଗଡ ଅଞ୍ଚଳର ଜଣେ ଯୁବତୀ ତାଙ୍କ ପ୍ରେମିକ ସହିତ ମନ୍ଦିର ବୁଲିବାକୁ ଆସିଥିବା ବେଳେ ପିଠାଖାଇ ଜଙ୍ଗଲରେ ୩ ଜଣ ଯୁବକ ଉଭୟ ପ୍ରେମୀ ଯୁଗଳଙ୍କୁ ଅଟକାଇ ଥିଲେ । ଯୁବତୀଙ୍କୁ ଉଲଗ୍ନ କରି ଜଣକ ପରେ ଜଣେ ଦୁଷ୍କର୍ମ କରିବା ସହିତ ଭିଡିଓ ଭାଇରାଲ କରିଥିଲେ । ଏ ନେଇ ଗତକାଲି ଯୁବତୀ ଜଣକ ଫତେଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS