ସରପଂଚ ଙ୍କୁ ପ୍ରଶଂସା କଲେ ପଞ୍ଚାୟତ ବାସି ଓ କମ୍ପାନୀ ଶ୍ରମିକ
ଭୁବନେଶ୍ଵର (ମଣିଭଦ୍ରା ଖବର) ମାଡିଆସୁଛି ବାତ୍ୟା, ଏସଆରସି ଙ୍କ ତରଫରୁ ସମ୍ଭାବ୍ୟ ବାତ୍ୟା ର ଆକଳନ ସ୍ପଷ୍ଟ ହେବାପରେ ଉପକୂଳ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ l 1999 ମହାବାତ୍ୟା କୁ ସାମ୍ନା କରିଥିବା ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳବାସି ଆଶା ଆଶଙ୍କା ଦେଇ ଗତି କରୁଛନ୍ତି । ସମ୍ଭାବ୍ୟ ବାତ୍ୟା" ଦାନା " ଯେତିକି ସ୍ଥଳ ଭାଗ ମୁହାଁ ହେଉଛି ଉପକୂଳ ବାସିନ୍ଦା ଙ୍କ ମନରେ ସେତିକି ଛନକା ପଶୁଛି। ଜିଲ୍ଳା ପ୍ରଶାସନ ଓ ବ୍ଲକ ପ୍ରଶାସନ ଙ୍କ ନିର୍ଦ୍ଦେଶ କ୍ରମେ ଲୋକମାନଙ୍କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳୀ , ସରକାରୀ ହାଇସ୍କୁଲ୍ ରେ ରଖିବା, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ,ପିଇବା ପାଣି ର ସଠିକ୍ ବେବସ୍ଥା କରିବା ସହ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳୀ ଓ ସରକାରୀ ହାଇସ୍କୁଲ୍ ରେ ଥିବା ଲୋକମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ ବୋଲି ଗୋପିଆକୁଦ ସରପଂଚ ଶ୍ରୀନିବାସ ସ୍ଵାଇଁ କହିଛନ୍ତି। ସରପଂଚଙ୍କର ଏ ମହାନତା କାର୍ଯ୍ୟ କୁ ପଞ୍ଚାଯତ ବାସି ପ୍ରଶଂସା କରିଛନ୍ତି। ଅନ୍ୟ ପଟେ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳିଆପାଟ ସ୍କୁଲ ରେ iocl ରେ କାମ କରୁଥିବା ମେଘା କମ୍ପାନୀ ସହ ବିଭିନ୍ନ କମ୍ପାନିର ର ୨୦୦ରୁ ଅଧିକ ଶ୍ରମିକ ମାନେ ରହୁଥିବା ବେଳେ ସେମାନଙ୍କୁ ସଠିକ୍ ଭାବେ ଖାଦ୍ୟ ପେୟର ସୁବିଧା ମିଳିଛି ବୋଲି କମ୍ପାନୀର ଶ୍ରମିକ ମାନେ ଗୋପିଆକୁଦ ସରପଂଚଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment