BREAKING
Loading...
:

ଭରତପୁର ଥାନା ଅଧିକାରୀଙ୍କ ବଡ଼ ସଫଳତା,ଗାଡି ଠକକୁ ବାନ୍ଧିଲେ

 ଭରତପୁର ଥାନା ଅଧିକାରୀଙ୍କ ବଡ଼ ସଫଳତା,ଗାଡି ଠକକୁ ବାନ୍ଧିଲେ

ଭୁବନେଶ୍ଵର (ମଣିଭଦ୍ରା ଖବର) ଲିଜ୍ ଆକାରରେ ଗାଡି ନେଉଥିଲେ କିନ୍ତୁ ଧାର୍ଯ୍ୟ ସମୟରେ ଟଙ୍କା ପଇଠ ନକରି ଲୋକଙ୍କୁ ହଇରାଣ କରୁଥିଲେ ଏବଂ ବିଭିନ୍ନ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ । ତେବେ ତାଙ୍କ ନାମରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ତାଙ୍କୁ ଥାନାକୁ ଆଣି ପଚାରିବା ପରେ ଘଟଣାର ପର୍ଦ୍ଧାଫାଶ ହୋଇଥିଲା । 



ଘଟଣାରୁ ଜଣାପଡିଛି ଯେ ଭରତପୁର ଥାନା ମହାଲକ୍ଷ୍ମୀ ବିହାର,ଲେନ୍_୬ର ସତିଶ ମ଼ହାରଣା ବିଭିନ୍ନ ଲୋକଙ୍କ ଠାରୁ ଲିଜରେ ଆକାରରେ ଦୈନିକ ଏବଂ ମାସିକ ଦେୟ ହିସାବରେ ଗାଡି ଆଣୁଥିଲେ । କିନ୍ତୁ ଅନେକଙ୍କୁ ଠକିବା ସହିତ ସେମାନଙ୍କୁ ଗାଡି କିମ୍ବା ଟଙ୍କା ପଇଠ କରୁନଥିଲେ । ଏ ନେଇ ଗତ ୨୫ ତାରିଖରେ ଭରତପୁର ଥାନାରେ ସୈମ୍ୟ ସ୍ବାଗତ ରାୟ ନାମକ ଜଣେ ବ୍ୟକ୍ତି ସତିଶଙ୍କ ନାମରେ ଥାନାରେ ଏତେଲା ଦେଇଥିଲେ । ସତିଶ ତାଙ୍କ ଇଟିକା ଗାଡିଟିକୁ ମାସିକ ୩୦ ହଜାରରେ ଲିଜ୍ ନେଇଥିବା ବେଳେ ପ୍ରାୟ ୩ ମାସ ହେବ ଟଙ୍କା ଦେଉନାହାନ୍ତି କି ଫୋନ କଲେ ଗାଳିଗୁଲଜ କରି ଧମକ ଦେଉଛନ୍ତି । ତାଙ୍କ ଏତେଲା ଆଧାରରେ ଭରତପୁର ପୋଲିସ ସତିଶଙ୍କ ଠାରୁ ୫ଟି ଦାମି କାର ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି  । ତେବେ ତଦନ୍ତ ପରେ ଆହୁରି ପ୍ରକୃତ ରହସ୍ୟ ପଦାକୁ ଆସିପାରିବ ବୋଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS