ମହାନଦୀ ରୁ ୨ବଙ୍ଗୀୟ ପର୍ଯ୍ୟଟକ ଙ୍କୁ ଉଦ୍ଧାର କରିଥିବା ଯୁବକ ସରୋଜ ଙ୍କୁ ସମ୍ବର୍ଦ୍ଧନା।
ଖଣ୍ଡପଡା :୩୦/୧୦ (ମଣିଭଦ୍ରା ଖବର) ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ପରିସରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଖଣ୍ଡପଡା ବ୍ଲକ ଅଧୀନ କଣ୍ଟିଲୋ ଗ୍ରାମର ଉଦୀୟମାନ ସାହସୀ ଯୁବକ ସରୋଜ କୁମାର ସାହୁ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ସହ ୨୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିବା ଜଣାପଡିଛି। ପ୍ରକାଶଥାଉକି ଗତ ସେପ୍ଟେମ୍ବର ୨୦ ତାରିଖ ରେ କଣ୍ଟିଲୋ ଅଂଚଳ ଦେଇ ପ୍ରବାହିତ ମହାନଦୀ ରେ ସ୍ନାନ କରୁଥିବା ବେଳେ ୨ ବଙ୍ଗୀୟ ପର୍ଯ୍ୟଟକ ମହାନଦୀର ପ୍ରଖର ସ୍ରୋତ ରେ ଭାସିଯାଉଥିଲେ। ସେହି ସମୟରେ ନଦୀ ତଟରେ ସ୍ନାନ କରୁଥିବା ସରୋଜ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିଥିଲେ। ସରୋଜଙ୍କ ଅଦ୍ୟମ ସାହସ ଯୋଗୁଁ ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏ ପରିପ୍ରେକ୍ଷୀରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ସରୋଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି। ବିଭିନ୍ନ ମହଲରୁ ଏବେ ସରୋଜଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଥିବା ବେଳେ ଖଣ୍ଡପଡା ଓ କଣ୍ଟିଲୋ ଅଂଚଳରେ ଏ ନେଇ ଖୁସିର ଲହରୀ ଖେଳିଯାଇଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق