BREAKING
Loading...
:

ଆନ୍ତର୍ଜାତୀକ ଜରା ଦିବସ ପାଳିତ

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆନ୍ତର୍ଜାତୀକ ଜରା ଦିବସ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆନ୍ତର୍ଜାତୀକ ଜରା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।  ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜନସମ୍ପ୍ରସାରଣ ଅଧିକାରୀଣୀ କମଳା ମହାରଣା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଢୁଥିବା ବୟସ ଏବଂ ଅଭିଜ୍ଞତାକୁ ସ୍ବାଗତ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ସବୁଦିନ ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଯଥେଷ୍ଟ ବିଶ୍ରାମ , ଶାରିରୀକ ଶ୍ରମ ଏବଂ ସାମାଜିକ ସୁସମ୍ପର୍କ ବୃଦ୍ଧାବସ୍ଥାକୁ ଉପଭୋଗ୍ୟ କରିପାରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମସ୍ତ ଆଶାକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS