BREAKING
Loading...
:

ବନଦୁର୍ଗା ବସ କର୍ମଚାରୀ ଙ୍କୁ ମରଣlତକ ଆକ୍ରମଣ,୫ ଶହ ଟଙ୍କା ସହିତ ଛଡାଇ ନେଲେ ମୋବାଇଲ,

 ବନଦୁର୍ଗା ବସ କର୍ମଚାରୀ ଙ୍କୁ ମରଣlତକ ଆକ୍ରମଣ,୫ ଶହ ଟଙ୍କା ସହିତ ଛଡାଇ ନେଲେ ମୋବାଇଲ, 

  


ବାଲେଶ୍ୱର (ମଣିଭଦ୍ରା ଖବର) ନୀଳଗିରି ନିର୍ବାଚନମଣ୍ଡଳୀ ଅଧୀନ କୋଳିଗଡି ଗ୍ରାମ ର ପୁରସ୍ତମ ସାମଲ ଙ୍କ ପୁଅ ସୁରେନ୍ଦ୍ର ସାମଲ ବୟସ 48 କିଛି ମାସ ହେବ ବନଦୁର୍ଗା ବସ ରେ ହେଲ୍ପର ଭାବରେ କାର୍ଯ୍ୟ କରୁଥିବା ବେଳେ ଦୈନଦିନ ଭଳି ରାତ୍ରି 10.30 pm ସମୟରେ ବସ କୁ ଷ୍ଟାଣ୍ଡ ରେ ରଖିଦେଇ ଖିଆବା ପାଇଁ ରେଳ ଲାଇନ କଡ଼ ରେ ଥିବା ହୋଟେଲ କୁ ଆସୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ଦେଇଦେବା ପାଇଁ ଧମକ ଦେଇଥିବା ବେଳେ ସୁରେନ୍ଦ୍ର ତାଙ୍କୁ ପ୍ରତିବାଦ କରିଥିଲେ, l ଉଭୟ ଙ୍କ ମଧ୍ୟରେ ବଚସା ବଢିବା ପରେ ୫ ରୁ ଉର୍ଦ୍ଧ ଦୁର୍ବୃତ୍ତ ମାନେ ସୁରେନ୍ଦ୍ର ଙ୍କୁ ଭୁଜାଲି ଏବଂ ଅନ୍ୟ ଧାରୁଆ ଅସ୍ତ୍ର ରେ ହାତ ମୁଣ୍ଡ, ଗୋଡ଼  କୁ ହାଣି ପକାଇ ଥିବା ବେଳେ ସୁରେନ୍ଦ୍ର ଅଚେତ ହୋଇ ତଳେ ପଡିଯାଇଥିଲେ, ଉକ୍ତ ସମୟରେ ଦୁର୍ବୃତ୍ତ ମାନେ ସେ ମରି ଯାଇଥିବା ଭାବି ତାଙ୍କୁ ଏକ କେବିନ ତଳକୁ ଫିଙ୍ଗି ଦେଇଥିବା ସୁରେନ୍ଦ୍ର ଙ୍କ ଚେତା ଫେରିବା ପରେ ଘର ଲୋକ ଙ୍କୁ ଜଣାଇଛନ୍ତି l ରାତି ସାରା ସୁରେନ୍ଦ୍ର ଅଚେତ ଅବସ୍ଥା ରେ କେବିନ ତଳେ ପଡି ରହିଥିବା ବେଳେ ମୁର୍ମୁ ନାମକ ଜଣେ ବ୍ୟକ୍ତି ସକାଳ ଭ୍ରମଣ ରେ ଯାଉଥିବା ବେଳେ ପରିସ୍ଥିତି ଦେଖି 108 ଡକେଇ ବାଲେଶ୍ୱର ଡାକ୍ତରଖାନା କୁ ପଠାଇ ଦେବା ସହିତ ପରିବାର କୁ ସୂଚନା ଦେଇଥିଲେ l ସୁରେନ୍ଦ୍ର ଙ୍କ ଜୀବନ ସଙ୍କଟ ରେ ଜାଣି ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାଂତର କରାଯାଇ ଥିଲା l ଏ ନେଇ ସୁରେନ୍ଦ୍ର ଙ୍କ ମା ସରସ୍ବତୀ ନୀଳଗିରି ଥାନା ରେ ଏକ ଏତଲା ଦେଇଥିବା ବେଳେ ଘଟଣା ଜାଣି ସୁଦ୍ଧା ବନ ଦୁର୍ଗା ମାଲିକ ଫକୀର ବିଶ୍ୱାଳ ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଅଞ୍ଚଳ ରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଛି l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS