ନରସିଂହପୁର ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ
କଟକ(ମଣିଭଦ୍ରା ଖବର) ନରସିଂହପୁର ଥାନା ରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ଗ୍ରାମର ସଭାପତି ମାନେ ଉପସ୍ଥିତ ଥିଲେ। ପୋଲିସ୍ ସେବା କିଭଳି ଭାବେ ସାଧାରଣ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ତାହା ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ଆବଶ୍ୟକ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ ।
ମାନସ କୁମାର ସାହୁ, କଟକ
إرسال تعليق