BREAKING
Loading...
:

ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ସମୀକ୍ଷା ବୈଠକ

 ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ସମୀକ୍ଷା ବୈଠକ 

ବ୍ରହ୍ମପୁର:୧୮/୦୯/୨୦୨୪(ମଣିଭଦ୍ରା ଖବର)

ସ୍ଥାନୀୟ କମାପଲ୍ଲୀ ସ୍ଥିତ ସଂକଳ୍ପ ସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆବାହକ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଦକ୍ଷିଣ ଓଡ଼ିଶାର ରେଳପଥ ବିକାଶ ଲାଗି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।


ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ୬ ଦିନ ଧରି ଚାଲିଥିବା ଗଣଧାରଣା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ରବିବାର ଦିନ ବ୍ରହ୍ମପୁର ଗସ୍ଥ ପୂର୍ବରୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କେ.ଅନିଲ. କୁମାର, ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଏବଂ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ସାମୟିକ ସ୍ଥଗିତ କରାଯାଇଛି। ତା ୧୫.୦୯.୨୦୨୪ ରେ ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ପରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଏବଂ ମାନ୍ୟବର ସାଂସଦ ମହୋଦୟ ଙ୍କ ଦୃଢ଼ ସଂକଳ୍ପ, କମିଟିର ପ୍ରଚେଷ୍ଟା ଏବଂ ଦାବି କୁ ଆହୁରି ଦୃଢୀଭୂତ କରିଛି।


ତେଣୁ ଆଗାମୀ ଦିନରେ କମିଟି ନିଷ୍ପତ୍ତି ନେଇଛି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି, ଏକ ୩୦ ଜଣିଆ କମିଟି, ରେଳ ବୋର୍ଡ ସଦସ୍ୟ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକ ମିଟିଂ ଅନୁଷ୍ଠିତ ହେବ,  ଏବଂ ବୈଠକ ରେ ଯେଉଁ ନିଷ୍ପତ୍ତି  ନିଆଯିବ, ମାନ୍ୟବର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଙ୍କ ପାଖକୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ପ୍ରଚେଷ୍ଟାରେ ଦାବି ଉପସ୍ଥାପନ କରାଯିବ, ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ସହ ସାଂସଦଙ୍କୁ ଅନୁରୋଧ କରିବେ ସମସ୍ତ ଦାବି ଗୁଡ଼ିକୁ ସଂସଦ ଭବନରେ ଉପସ୍ଥାପନ କରିବାକୁ, ଦିଲ୍ଲୀ ଗସ୍ତରେ ଯିବ ସାତ ଜଣିଆ କମିଟି ମାନ୍ୟବର ରେଳମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିବାର ଲକ୍ଷ୍ୟ ଅଛି, ଉକ୍ତ ଚାରି ଗୋଟି ଜିଲ୍ଲାର ସମସ୍ତ ସଙ୍ଗଠନ ଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହ ଏକ ମାନବ ଶୃଙ୍ଖଳା ତିଆରି କରିବା ଏବଂ କମିଟି ୪ ଗୋଟି ଜିଲ୍ଲାର ସବୁ ସଙ୍ଗଠନ ମାନଙ୍କ ସହ ସହଯୋଗ ରେ ରହିବ ସମସ୍ତ ୭ ଗୋଟି ଦାବିକୁ ସଫଳ ରୂପାୟନ ଦେବା ପର୍ଯ୍ୟନ୍ତ। ଆଗାମୀ ଦିନରେ ଯଦି ସମସ୍ତ ଦାବି ତୁରନ୍ତ ପୂରଣ ନହୁଏ, ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରେ ସମସ୍ତ ଜିଲ୍ଲାର କମିଟି ସଦସ୍ୟ ଧାରଣାରେ ବସିବେ ବୋଲି କହିଛନ୍ତି।


ଏହି ସମୀକ୍ଷା ବୈଠକ ରେ କମିଟିର ଆବାହକ ଏବଂ ବହୁ ସଙ୍ଗଠନର ମୁଖିଆ ମାନେ ଯୋଗ ଦେଇଥିଲେ, ତନ୍ମଧ୍ୟରୁ ସରୋଜ ରଞ୍ଜନ ପଟ୍ଟନାୟକ, ପ୍ରବୀଣ ପଟ୍ଟନାୟକ, ଈ. ଟି. ରାଓ, ସୁଶାନ୍ତ ସାବତ, ଆଦିତ୍ୟ ନାରାୟଣ ରଥ, ମାନସ ରଞ୍ଜନ ପାତ୍ର, ରାଜେନ୍ଦ୍ର ପଣ୍ଡା, ଲୋକନାଥ ପରିଡ଼ା, ପ୍ରିତିସ୍ ପାଣିଗ୍ରାହୀ, ଶିବ ପ୍ରସାଦ ମିଶ୍ର, ସିରିନ୍ନ ତମ୍ମନ୍ନା, ଡି.କେଶବ ରାଓ, ଦୀପକ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା, ବିଘ୍ନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS