ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ସମାରୋହ
ଗଣିଆ ୨୬/୦୯(ମଣିଭଦ୍ରା ଖବର) ଗଣିଆରେ ଥିବା ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ-ରାସଙ୍ଗ ପରିସରରେ ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସରେଶ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଦିବାକର ପାଇକରାୟ, ସମ୍ମାନିତ ଅତିଥି ଭାବେ ନିରାକାର ସ୍ବାଇଁ, ,ହିନ୍ଦୀ ଶିକ୍ଷକ ସଂଘ ଗଣିଆର ଅଧ୍ୟକ୍ଷ ନବକିଶୋର ମହାରଣା,ସଚିବ ସଞ୍ଜୟ କୁମାର ପରିଡ଼ାଙ୍କ ସମେତ ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ହିନ୍ଦୀ ଦିବସ ପାଳନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ହିନ୍ଦୀ ଶିକ୍ଷା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ହିନ୍ଦୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାଳିକ, ତୃପ୍ତିମୟୀ ମିଶ୍ର,ସୁରେଶ ମହାରଣା, ବସନ୍ତ କୁମାର ପାଣିଗ୍ରାହୀ,ଅନୀତା ମହାପାତ୍ର ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment